ମୁମ୍ବାଇରେ ଭୟଙ୍କର ଝଡ଼ରେ ଭୁଶୁଡିଲା ବିଶାଳ ହୋର୍ଡିଂ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
Mumbai Hoarding Collapse: ସୋମବାର ଦିନ ମାୟାନଗରୀ ମୁମ୍ବାଇରେ ତାଣ୍ତବ ରଚିଛି ଘୂର୍ଣ୍ଣିଝଡ଼ । ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିବା ଫଳରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି, ସେହିପରି ୭୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ସେହିପରି ୮୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ, ଏନଡିଆର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସୂଚନା ଅନୁସାରେ ୮୮ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୩୧ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୪୩ ଜଣଙ୍କର ଚିକିତ୍ସା ଜାରି ରହିଛି ।
ଅଧିକାରୀ କହିଛନ୍ତି ଯେ, ଏହି ହୋର୍ଡିଂ ବେଆଇନ ଥିଲା। ବିଏମସିର ବିନା ଅନୁମତିରେ ଏହି ହୋର୍ଡିଂ ଲଗାଯାଇଥିଲା । ଏହି ବିଶାଳ ହୋର୍ଡିଂ ଲଗାଇବା ପାଇଁ କମିଶନର କିମ୍ବା ରେଲୱେ ଠାରୁ କୌଣସି ଅନୁମତି ନିଆଯାଇନଥିଲା । ବର୍ତ୍ତମାନ BMC ପକ୍ଷରୁ ହୋର୍ଡିଂ ସଂସ୍ଥାପନ କରୁଥିବା ସଂସ୍ଥାକୁ ନୋଟିସ୍ ଜାରି କରାଯାଇଛି । ସାଧାରଣତଃ ୪୦x୪୦ ବର୍ଗଫୁଟର ହୋର୍ଡିଂ ଲଗାଯିବାର ଅନୁମତି ଦିଆଯାଇଥାଏ ହେଲେ ଏହା ୧୨୦x୧୨୦ ବର୍ଗଫୁଟର ହୋର୍ଡିଂ ଥିଲା ।












Click it and Unblock the Notifications