ମୁମ୍ବାଇରେ ପୁଣି ହିଟ୍ ଆଣ୍ଡ ରନ୍ ,ଜଣେ ମହିଳା ମୃତ
ପୁଣେରେ ଦାମୀ କାର ପୋର୍ସେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେବା ଏବଂ ଦୁଇ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଘଟଣା ମନରୁ ନଲିଭୁଣୁ, ମୁମ୍ବାଇରୁ ଆସିଲା ଆଉ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା । ଆଜି ସକାଳୁ ସକାଳୁ ମୁମ୍ବାଇର ବର୍ଲି ଅଞ୍ଚଳରୁ ଏକ ହିଟ୍ ଆଣ୍ଡ ରନର ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଉ ଏହି ଦୁର୍ଘଟଣା ଶିବସେନାର ଜଣେ ଅଧିକାରୀଙ୍କ ପୁଅ ଘଟାଇଥିବା ସୂଚନାରୁ ସାମ୍ନାକୁ ଆସିଛି ।
ଦମ୍ପତି ମାଛ ଆଣିବା ପାଇଁ ସସୁନ୍ ଡକକୁ ଯାଇଥିଲେ। ଫେରିବା ବାଟରେ ୱର୍ଲି ଅଟରିଆ ମଲ୍ ନିକଟରେ ସେମାନଙ୍କ ସ୍କୁଟିକୁ ପଛପଟରୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ବିଏମଡବ୍ଲୁ। ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍ୱାମୀ-ସ୍ତ୍ରୀ ଛିଟିକି ପଡ଼ି ବିଏମଡବ୍ଲୁ ବନେଟ୍ ଉପରେ ପଡିଥିଲେ।

ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ସ୍ୱାମୀ ବନେଟରୁ ଡେଇଁବାରେ ସଫଳ ହୋଇଥିଲେ। କିନ୍ତୁ ଅକାଳରେ ପତ୍ନୀଙ୍କ ଜୀବନ ଚାଲିଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରୁ ବିଏମଡବ୍ଲୁ ସହ ଚମ୍ପଟ ମାରିଥିଲା ଡ୍ରାଇଭର। ପରେ ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖିଛି ପୁଲିସ।












Click it and Unblock the Notifications