ମୁମ୍ବାଇ ହିଟ୍ ଆଣ୍ଡ୍ ରନ୍ ମାମଲା: ଆସିଲା ଫରେନସିକ୍ ରିପୋର୍ଟ
ମୁମ୍ବାଇ: ମୁମ୍ବାଇ ହିଟ ଆଣ୍ଡ ରନ୍ ମାମଲାର ଆସିଲା ଫରେନସିକ୍ ରିପୋର୍ଟ । ବିଳାସପୂର୍ଣ୍ଣ ବିଏମଡବ୍ଲୁ ସେଡାନ ଚଳାଇବା ବେଳେ ମୁମ୍ବାଇର ୱର୍ଲିରେ ହୋଇଥିବା ହିଟ୍-ରନ୍ ମାମଲାରେ ୨୩ ବର୍ଷୀୟ ଅଭିଯୁକ୍ତଙ୍କ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭୟଙ୍କର ଦୁର୍ଘଟଣା ସମୟରେ ସେ ଆଦୌ ମଦ୍ୟପାନ କରିନଥିଲେ।
ଯଦିଓ ପୂର୍ବରୁ ପୁଲିସ୍ ଅଭିଯୋଗ ଆଣିଥିଲା ଯେ ଅଭିଯୁକ୍ତ ମିହିର ଶାହା ଦୁର୍ଘଟଣା ସମୟରେ ମଦ୍ୟପାନ କରିଥିଲେ। ସୁଚନାଯୋଗ୍ୟ, ଜୁଲାଇ ୭ ତାରିଖ ସକାଳ ସମୟରେ ୱର୍ଲିର ଆନି ବେଶାନ୍ତ ରୋଡରେ ମିହିରଙ୍କ ବିଏମ୍ଡବ୍ଲ କାର୍ ଦମ୍ପତିଙ୍କୁ ସ୍କୁଟରକୁ ଧକ୍କା ଦେଇଥିଲା ଓ ଫଳରେ କାବେରୀ ନଖୱା ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ଏଥିରେ ତାଙ୍କ ସ୍ୱାମୀ ପ୍ରଦୀପ ଆହତ ହୋଇଥିଲେ ଓ ଏହି ବିଏମ୍ଡବ୍ଲ କାରଟି ମିହିର ଶାହ ଚଳାଉଥିଲେ । ତାଙ୍କ ଡ୍ରାଇଭର ରାତ୍ରିଶ ବିଦାୱତ ତାଙ୍କ ପାଖ ସିଟ୍ରେ ବସିଥିଲେ । ଦୁର୍ଘଟଣା ଘଟାଇବା ପରେ ମିହିର ଶାହ ଫେରାର୍ ହୋଇଯାଇଥିଲା । ଫେରାର୍ ହେବାର ୩ ଦିନ ପରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ ଏବେ ଆସିଛି ଫରେନସିକ୍ ରିପୋର୍ଟ ।












Click it and Unblock the Notifications