BMW hit-and-run case:୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ବଢ଼ିଲା ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲରେ ମୁଖ୍ୟ ଅଭିଯୁକ୍ତଙ୍କ ଅଡ଼ୁଆ । ରବିବାର(ଜୁଲାଇ ୭) ମୁମ୍ବାଇର ଭୋଅରୁ ବିଏମଡବ୍ୟୁ କାରରେ ଯିବା ସମୟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲେ ମିହିର । ଦ୍ରୁତଗତିରେ ଏକ ସ୍କୁଟିକୁ ଧକ୍କା ଦେଇ ଦେଢ କିଲୋମିଟର ଘୋଷାଡ଼ି ନେଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ ।

ଦୁର୍ଘଟଣା ପରେ ଫେରାର୍ ହୋଇ ଯାଇଥିଲେ ମିହିର । ଜୁଲାଇ ୯ରେ ତାଙ୍କୁ ପୁଲିସ୍ ଗିରଫ କରିଥିଲା । ବର୍ତ୍ତମାନ ମୁମ୍ବାଇର ୱର୍ଲି ହିଟ୍ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆଜି କଷ୍ଟଡି ଅବଧି ଶେଷ ହେଉଥିବା ବେଳେ ତାଙ୍କୁ ପୁଲିସ ସେୱାରୀ କୋର୍ଟରେ ହାଜର କରାଇ କଷ୍ଟଡି ଅବଧି ବଢ଼ାଇବାକୁ ଆବେଦନ କରିଥିଲା । ପୁଲିସର ଆବେଦନ ପରେ କୋର୍ଟ ଏବେ ମିହିରଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି ।

Mumbai court sends Mihir Shah

୨୪ ବର୍ଷୀୟ ମିହିର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ନେତା ରାଜେଶ ଶାହଙ୍କ ପୁଅ । ଘଟଣା ପରେ ରାଜେଶଙ୍କୁ ୱର୍ଲି ପୁଲିସ୍ ଗିରଫ କରିଥିଲା । ଏମିତିକି ପୁଅ ମିହିର୍ ଶାହ ପାଇଁ ପଦବୀ ହରାଇଛନ୍ତି ରାଜେଶ ଶାହ । ସୂଚନା ମୁତାବକ, ରାଜେଶ ଶାହ ପାଲଘରର ଉପନେତା ଥିଲେ । ପୁଅ ଫେରାର ଥିବାରୁ ପୁଲିସ ପ୍ରଥମେ ରାଜେଶ ଶାହଙ୍କୁ ଗିରଫ କରିଥିଲା । ହେଲେ ବର୍ତ୍ତମାନ ସେ ଜାମିନରେ ଖଲାସ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+