ସାନ ଫ୍ରାନସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ବିମାନର ଅବତରଣ

ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୋଲକାତାରେ ବିମାନର ଅବତରଣ । ସାନ ଫ୍ରାନସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିଲା ବିମାନ । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ କୋଲକାତାରେ ଓହ୍ଲାଇଲେ ।

Mumbai bound Air India flight from San Francisco

ଆମେରିକା କାର୍ଲିଫର୍ଣ୍ଣିଆର ସାନ୍‌-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ବିମାନର ଇଞ୍ଜିନର ଟେକ୍ନିକାଲ ଅସୁବିଧା ଯୋଗୁ ବିମାନକୁ ରହିବାକୁ ପଡିଛି । ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ଏୟାରଇଣ୍ଡିଆର ବିମାନ ଏଆଇ୧୮୦ ଗତକାଲି ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ଓହ୍ଲାଇଯିବାକୁ ପାଇଲଟ ଅନୁରୋଧ କରିଥିଲେ ।

ବାରମ୍ବାର ଏୟାରଇଣ୍ଡିଆ ବିମାନରେ ତ୍ରୁଟି ଯୋଗୁ ଯାତ୍ରୀଙ୍କୁ ହନ୍ତସସ୍ତ ହେବାକୁ ପଡୁଛି । ଗତକାଲି ହଂକଂରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଂକଂ ଫେରିଥିଲା । ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନ୍‌ର ବିମାନ ଫ୍ଲାଇଟ୍ ଏଆଇ ୩୧୫ ଠିକ୍‌ ସମୟରେ ହଂକଂରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ପରେ କିଛି ସମୟ ମଧ୍ୟରେ ପାଇଲଟ୍‌ଙ୍କୁ ସିଷ୍ଟମ୍‌ରେ ସମ୍ଭାବ୍ୟ ତ୍ରୁଟିର ସଙ୍କେତ ମିଳିଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ ତୁରନ୍ତ ବିମାନକୁ ହଂକଂର ଚେକ୍‌ ଲାପ କୋକ ବିମାନବନ୍ଦରକୁ ଫେରାଇ ନେଇଥିଲେ ।

ଅହମ୍ମଦାବାଦରେ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାର ଯାଞ୍ଚ ଚାଲିଛି । ତେବେ ବିମାନ ଦୁର୍ଘଟଣାରେ ଘଟଣାସ୍ଥଳରୁ ମିଳିଲା ଦ୍ବିତୀୟ ବ୍ଲାକବକ୍ସ । ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବ୍ଲାକ ବକ୍ସ ମିଳିଥିବା ନେଇ ସୂଚନା ଦିଆଯାଇଛି । ବ୍ଲାକବକ୍ସ ମିଳିବା ଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି ।

ଦୁର୍ଘଟଣାର ପାଖାପାଖି ୪ ଦିନ ପରେ ମିଳିଲା ଦ୍ୱିତୀୟ ବ୍ଲାକବକ୍ସ । ତେବେ ଗୁରୁବାର ଦିନ ଅପରାହ୍ନରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନର ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁ ଦୁର୍ଘଟଣାରେ ବିମାନରେ ଥିବା ଯାତ୍ରୀଙ୍କ ସମେତ ଆଖପାଖରେ ଥିବା ଅନେକ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାରେ ଲୋକଙ୍କୁ ଚିହ୍ନଟ କରିବା ମଧ୍ୟ ସମ୍ଭବ ହେଲାନାହିଁ, ତେଣୁ DNA ଟେଷ୍ଟ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଉଛି । ହେଲେ ଏବେ ସୁଦ୍ଧା କାହିଁକି ଏତେ ବଡ଼ ଦୁର୍ଘଟଣା ଘଟିଲା ତାର କାରଣ ଜଣାପଡିନାହିଁ।

ପୂର୍ବରୁ ଦୁର୍ଘଟଣା ଘଟିବାର ଗୋଟିଏ ଦିନ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ଗୋଟିଏ ବ୍ଲାକବକ୍ସ ମିଳିଥିଲା । ଯେଉଁଥିରୁ ବିମାନ ଦୁର୍ଘଟଣାର କାରଣ ଜାଣିହେବ ବୋଲି କୁହାଯାଉଛି । ହେଲେ ଦୁର୍ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଦ୍ୱିତୀୟ ବ୍ଲାକବକ୍ସ ମିଳିନଥିଲା । ହେଲେ ଆଜି ଦୁର୍ଘଟଣାସ୍ଥଳରୁ ହିଁ ତଦନ୍ତକାରୀ ସଂସ୍ଥା ଦ୍ୱିତୀୟ ବ୍ଲାକବକ୍ସ ପାଇଛି । ଏହାସହ କକପିଟର ଭଏସ୍ ରେକର୍ଡର ମଧ୍ୟ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+