Mumbai bank scam: ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଘୋଟାଲାରେ ଆଉ ଜଣେ ଗିରଫ
ଭାରତୀୟ ରିଜର୍ଭ ବ୍ୟାଙ୍କ ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କକୁ ୬ ମାସ ପାଇଁ ନିଷିଦ୍ଧ କରିଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଏବଂ ନୂଆ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ ଏହି ବ୍ୟାଙ୍କ କାହାକୁ ନୂଆ ଋଣ ଦେବାରେ ସକ୍ଷମ ହେବ ନାହିଁ କିମ୍ବା ବିଦ୍ୟମାନ ଋଣ ନବୀକରଣ କରିବାରେ ସକ୍ଷମ ହେବ ନାହିଁ।
ଏଥିସହ ବ୍ୟାଙ୍କ ନୂତନ ଜମା ଗ୍ରହଣ କରିବାକୁ ସମର୍ଥ ହେବ ନାହିଁ ଏବଂ କୌଣସି ବିନିଯୋଗ କରିବାରେ ସକ୍ଷମ ହେବ ନାହିଁ। ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କର ସ୍ଥିତି ସୁଧାରିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ। ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ ପରେ ଗତକାଲି ବ୍ୟାଙ୍କ ଶାଖା ବାହାରେ ଗ୍ରାହକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଏହି ମାମଲାରେ ଇଓଡବ୍ଲ୍ୟୁ ଜଣେ ଡେଭଲପରଙ୍କୁ ଗିରଫ କରିଛି। ଗିରଫ ଠିକାଦାରଙ୍କ ନାମ ଧର୍ମେଶ ପୁନ୍ ବୋଲି ଜଣାପଡ଼ିଛି। ତଦନ୍ତରୁ ଜଣାପଡିଛି ଯେ ଏହି ମାମଲାରେ ହଡ଼ପ ହୋଇଥିବା ୧୨୨ କୋଟି ଟଙ୍କା ମଧ୍ୟରୁ ଧର୍ମେଶ୭୦ କୋଟି ଟଙ୍କା ପାଇଥିଲେ। ଇଓଡବ୍ଲ୍ୟୁ କହିଛି ଯେ ମୁଖ୍ୟ ଅଭିଯୁକ୍ତ ଜେନେରାଲ ମ୍ୟାନେଜର ହିତେଶ ମେହେଟ୍ଟା ୨୦୨୪ ମେ ଓ ଡିସେମ୍ବରରେ ଧର୍ମେଶଙ୍କୁ ୧.୭୫ କୋଟି ଟଙ୍କା ଏବଂ ୨୦୨୫ ଜାନୁଆରୀରେ ୫୦ ଲକ୍ଷ ଟଙ୍କା ଦେଇଥିଲେ। ଏହି ମାମଲାରେ ପୁଲିସ ଗତକାଲି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ହିତେଶ ମେହେଟ୍ଟାଙ୍କୁ ଗିରଫ କରିଥିଲା।












Click it and Unblock the Notifications