ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା; ୯ ଜଣ ଗୁରୁତର

ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା। ୯ ଜଣ ଗୁରୁତର। ହସ୍ପିଟାଲରେ ଭର୍ତ୍ତି । ଆଜି ସକାଳୁ ବାନ୍ଦ୍ରା ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଟ୍ରେନରେ ଚଢ଼ିବା ପାଇଁ ଠେଲାପେଲା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ମୁମ୍ବାଇର ଭବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ଚାଲିଛି ।

ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁଯାୟୀ, ଦଳାଚକଟାରେ ଆହତ ୯ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବାନ୍ଦ୍ରା ଟର୍ମିନାସର ପ୍ଲାଟଫର୍ମ ନମ୍ବର ୱାନରେ ସକାଳ ୫ଟା ୫୬ମିନିଟ୍‌ ରେ ଏହି ଘଟଣା ଘଟିଛି। ୨୨୯୧୨ ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସରେ ଟ୍ରେନ୍ରେ ଚଢ଼ିବା ପାଇଁ ଲୋକେ ଠେଲାପେଲା ହୋଇଥିଲେ।

Mumbai Bandra Station

ରେଲଓ୍ୱେ ତରଫରୁ ମିଳିଥିବା ସୂଚନା ମୁତାବକ, ସାପ୍ତାହିକ ଟ୍ରେନ୍ ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସକୁ ରି-ସେଡ୍ୟୁଲ ହୋଇଥିଲା। ଏହି ଟ୍ରେନ୍ ସକାଳ ୫ଟା ୧୦ରରେ ଚାଲିବାର ଥିଲା। ତେବେ ରି-ସେଡ୍ୟୁଲ ଆଜି ସକାଳେ ଟ୍ରେନ୍ ପ୍ଲାଟଫର୍ମରେ ବିଳମ୍ବରେ ପହଞ୍ଚିଥିଲା। ରାତି ପ୍ରାୟ ୩ ରୁ ସାଢ଼େ ୩ଟା ଭିତରେ ଗାଡି ପ୍ଲାଟଫର୍ମକୁ ଆସିଥିଲା। ଷ୍ଟେସନରେ ବହୁ ସଂଖ୍ୟାରେ ଭିଡ଼ ହେତୁ ଜେନେରାଲ ବଗିରେ ଚଢ଼ିବା ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଏହି ଘଟଣାରେ ୯ ନୁହେଁ ମୋଟ ୧୦ ଜଣ ଆହତ ହୋଇଥିବା ରେଲଓ୍ୱେ ସ୍ପଷ୍ଟ କରିଛି। କିଛି ଲୋକଙ୍କ ଗୋଡ ଭାଙ୍ଗିଛନ୍ତି, ଆଉ କାହାର ଅଣ୍ଟାରେ ଫ୍ୟାକଚର୍‌ ମଧ୍ୟ ହୋଇଛି। ଦୁଇ ଆହତଙ୍କୁ ଡିସଚାର୍ଜ କରାଯାଇଛି, ବାକିମାନଙ୍କୁ ଭବା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+