ମୁମ୍ବାଇ ଏୟାରପୋର୍ଟ ଏବଂ ତାଜ୍ ହୋଟେଲକୁ ବୋମାରେ ଉଡ଼ାଇଦେବାକୁ ଧମକ
ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟ ଏବଂ ତାଜ ହୋଟେଲକୁ ବୋମା ଧମକ । ବୋମା ବିସ୍ଫୋରଣରେ ଉଡ଼ାଇବାକୁ ଧମକ ମିଳିଛି । ମୁମ୍ବାଇ ଏୟାରପୋର୍ଟ ପୋଲିସକୁ ଇମେଲ ଜରିଆରେ ମେସେଜ ମିଳିଛି । ଧମକ ମିଳିବା ପରେ ପୋଲିସ ହାଇ ଆଲର୍ଟରେ ରହି ସମସ୍ତ ସ୍ଥାନକୁ ତଲାସୀ କରୁଛି ।
ଏହି ଇମେଲ ଗୁରୁବାର ସକାଳେ ମୁମ୍ବାଇ ବିମାନବନ୍ଦର ପୋଲିସ ଥାନାର ସରକାରୀ ଇମେଲ ID ([email protected]) କୁ ଆସିଥିଲା। ପୋଲିସ ତୁରନ୍ତ ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ତଦନ୍ତ କରିଥିଲେ, ଯେଉଁଠାରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବା ପରିପ୍ରେକ୍ଷିତିରେ ମୁମ୍ବାଇ ଉପରେ ପୂର୍ବରୁ ଏକ ସତର୍କତା ଜାରି ଥିଲା। ସୁରକ୍ଷା ଏଜେନ୍ସିମାନେ ସହରର ବିଭିନ୍ନ ସ୍ଥାନରେ ମକ ଡ୍ରିଲ ଚାଲାଇଥିଲେ। ଏହାକୁ ନେଇ ପୋଲିସ ଏହି ଇମେଲ ଆକାଉଣ୍ଟ ବ୍ୟବହାରକାରୀ ବିରୋଧରେ ମାମଲା ରୁଜୁ କରିଛନ୍ତି ଓ ତାଙ୍କର ଡିଜିଟାଲ ଫୁଟ ପ୍ରିଣ୍ଟ ଟ୍ରାକ କରିବା ପ୍ରୟାସ ଆରମ୍ଭ କରିଛନ୍ତି।

ତେବେ ଏହାପୂର୍ବରୁ ମୁମ୍ବାଇ ଏୟାରପୋର୍ଟରୁ ଆଇଏସଆଇଏସ ପୁଣେ ସ୍ଲିପର ମଡ୍ୟୁଲ୍ସ କେସରେ ଫେରାର ଥିବା ୨ ଆତଙ୍କୀକୁ ଗିରଫ କରାଯାଇଥିଲା । ଏନଆଇଏ ୨୦୨୩ ପୁଣେ ଆଇଇଡି ବିସ୍ଫୋରକ ତିଆରି କରୁଥିବା ମାମଲାରେ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ ଫେରାର ଆତଙ୍କୀକୁ ଏୟାରପୋର୍ଟରୁ ଗିରଫ କରିଥିଲା ।












Click it and Unblock the Notifications