ଚୋରି କରିବାର ନୂଆ ଫର୍ମୁଲା, ବହି ଭିତରୁ ବାହାରିଲା ୯୦ ହଜାର ଡଲାର
ଚୋରି କରିବାର ନୂଆ ଫର୍ମୁଲା, ବହି ଭିତରୁ ବାହାରିଲା ୯୦ ହଜାର ଡଲାର । ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଦୁଇ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଉଭୟଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରାଯାଇଛି ।

ମୁମ୍ବାଇ:ଚୋରି କରିବାର ନୂଆ ଫର୍ମୁଲା । ବହି ଭିତରୁ ବାହାରିଲା ୯୦ ହଜାର ଡଲାର । ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଦୁଇ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଉଭୟଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରାଯାଇଛି । ତେବେ ବିଦେଶୀ ମୁଦ୍ରା ଚୋରା ଚାଲାଣ ଏବଂ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି ।
ଜଣେ ବିଦେଶୀ ନାଗରିକ ବହି ଭିତରେ ଲୁଚାଇ ଆଣୁଥିଲେ ୯୦ ହଜାର ଡଲାର । ସେହିପରି ଆଉ ଜଣଙ୍କ ପାଖରୁ ୯୫୬ ଗ୍ରାମର ସୁନା ଜବତ କରାଯାଇଛି । ଆମେରିକାରୁ ମୁମ୍ବାଇ ଆସୁଥିବା ଜଣେ ବିଦେଶୀ ନାଗରିକଙ୍କ ଲଗେଜ ଯାଞ୍ଚ କରିବା ବେଳେ ଧରାପଡିଛନ୍ତି । ଏନେଇ ସୀମା ଶୁକ୍ଳ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ କିଭଳି ଜଣେ ବ୍ୟକ୍ତି ବହି ଭିତରେ ଟଙ୍କା ଲୁଚାରଖିଛନ୍ତି ।
#WATCH | Mumbai: On Jan 22 & 23, Mumbai Airport Customs intercepted two foreign nationals in two separate cases and seized 90,000 USD concealed in pages of books and over 2.5 kg of gold in paste form respectively. Both the passengers have been arrested: Customs pic.twitter.com/8Nnh4rR5qg
— ANI (@ANI) January 24, 2023
ସୂଚନା ଅନୁସାରେ ରବିବାର ଦିନ କଷ୍ଟମ ବିଭାଗ ଜୟପୁର ବିମାନ ବନ୍ଦରରୁ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରିଛି । ଉଭୟ ଭିନ୍ନ ଭିନ୍ନ ବିମାନରେ ଜୟପୁରରେ ପହଁଚିଥିଲେ । ତେବେ ଦୁଇ ଯାତ୍ରୀଙ୍କ ଠାରୁ ୯୫୬ ଗ୍ରାମର ସୁନା ଜବତ କରାଯାଇଥିଲା । ଯାହାର ମୂଲ୍ୟ ୫୫ ଲକ୍ଷ ୯୨ ହଜାର ୬୦୦ ଟଙ୍କା ବୋଲି ସୂଚନା ରହିଛି । ଦୁଇ ଯାତ୍ରୀଙ୍କୁ ଗିରଫ କରି ପଚରଉଚରା କରାଯାଉଛି ।












Click it and Unblock the Notifications