ବ୍ରିକ୍ସର ଚତୁର୍ଥ ସବୁଠୁ ଧନୀ ସହର ମାୟାନଗରୀ ମୁମ୍ବାଇ , ଏହି ତାଲିକାରେ ଆଉ କେଉଁ ସହର ଅଛି ଜାଣନ୍ତୁ
ବ୍ରିକ୍ସର ଚତୁର୍ଥ ସବୁଠୁ ଧନୀ ସହର ହେଉଛି ମୁମ୍ବାଇ । ନ୍ୟୁ ୱାଲ୍ଡ ୱେଲ୍ଥ ସହ ହେନଲେ ଆଣ୍ଡ ପାର୍ଟନର୍ସଙ୍କ ତରଫରୁ ପ୍ରକାଶିତ ଏକ ନୂଆ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଏହି ରିପୋର୍ଟରେ ୧୦ ଟି ବ୍ରିକ୍ସ ଦେଶ ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂୟୁକ୍ତ ଆରବ ଏମିରେଟ୍ସରେ ରହୁଥିବା ବାସିନ୍ଦାଙ୍କ ସମ୍ପତ୍ତି ଆକଳନ କରାଯାଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଦଶନ୍ଧି ମଧ୍ୟରେ ଚାଇନାରେ ବ୍ୟକ୍ତିଗତ ଧନୀଙ୍କ ସଂଖ୍ୟା ୯୨% ବୃଦ୍ଧି ପାଇଛି ଏବଂ ଦେଶରେ ୮୬୨,୪୦୦ କୋଟିପତି ଅଛନ୍ତି, ଯେଉମାନଙ୍କର ସମ୍ପତ୍ତି ୧୦ ଲକ୍ଷ ଡଲାରରୁ ଅଧିକ ସମ୍ପତ୍ତି ରହିଛି । ଏଥିମଧ୍ୟରୁ ୨୩୫୨ ଜଣଙ୍କ ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ ହୋଇଥିବାବେଳେ ୩୦୫ ଜଣ ଆରବପତି ରହିଛନ୍ତି ।

ବ୍ରିକ୍ସର ଅଧିକ ସମ୍ପତ୍ତି ଲୋକଙ୍କ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ ୩୨୬,୪୦୦ କୋଟିପତି ଅଛନ୍ତି, ଯେଉଁଥିରୁ ୧୦୦୦ ଲୋକଙ୍କର ସମ୍ପତ୍ତି ୧ ବିଲିୟନଡଲାରରୁ ଅଧିକ ଏବଂ ଦେଶରେ ମୋଟ ୧୨୦ ବିଲିୟନେୟାର ଅଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଘରୋଇ ସମ୍ପତ୍ତି ମଧ୍ୟ ୮୫ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ତାଲିକାର ଟପ୍ ୧୦ ସବୁଠୁ ଧନୀ ସହର ତାଲିକାରେ ଚୀନର ବିଜିଂ ସହର ରହିଛି । ଏହି ସହରରେ ୪୨ ବିଲେନିୟରଙ୍କ ସମେତ ୧ ବିଲିୟନ ଡଲାରରୁ ଅକର ମୋଟ ସମ୍ପରି ଥିବା ୩୨୨ ଲୋକ ଅଛନ୍ତି ।
ବ୍ରିକ୍ସର ଚତୁର୍ଥ ସବୁଠୁ ଧନୀ ସହର ହେଉଛି ମୁମ୍ବାଇ । ମୁମ୍ବାଇରେ ରହିଛନ୍ତି ୨୯ ବିଲେନିୟର୍ସ । ସେହିଭଳି ୨୩୬ ଜଣ ଧନୀ ଏଭଳି ଅଛନ୍ତି ଯେଉଁମାନଙ୍କ ମୋଟ ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ ରହିଛି ।












Click it and Unblock the Notifications