୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ ଆସିବ ଭାରତ
ନୂଆଦିଲ୍ଲୀ: କୂଟନୀତିକ ସ୍ତରରେ ଭାରତର ବଡ଼ ବିଜୟ। ମୁମ୍ବାଇ ଆକ୍ରମଣ ଆତଙ୍କବାଦୀକୁ ଭାରତର ଜିମା ଦେବ ଆମେରିକା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ତହଉର ନାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଆମେରିକା ରାଜି ହୋଇଛି। ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଭାରତ ତାଙ୍କୁ ଜଲଦି ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ରାଣା ୨୬/୧୧ ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମାନ ହେଡଲିଙ୍କୁ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ରହିଛି । ହେଡଲି ମୁମ୍ବାଇରେ ସ୍ଥାନଗୁଡ଼ିକର ରେକି କରିଥିଲେ ଅର୍ଥାତ୍ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ ।
ଏହାପୂର୍ବରୁ ଭାରତ ଆମେରିକୀୟ କୋର୍ଟରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲା । ଏଥିରେ ରାଣାଙ୍କ ସମ୍ପୃକ୍ତି ସ୍ପଷ୍ଟ ରୂପରେ ଦେଖାଯାଇଥିଲା । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତରେ ରାଣାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆମେରିକୀୟ ମାମଲାଗୁଡ଼ିକଠାରୁ ଭିନ୍ନ । ଦୁଇ ଦେଶ ମଧ୍ୟରେ ଯେଉଁ ଚୁକ୍ତିନାମା ହୋଇଛି, ତାହା ଅନୁସାରେ ତାଙ୍କୁ ଭାରତ ପଠାଯାଇପାରିବ ।

ଏଫବିଆଇ ରାଣାଙ୍କୁ ୨୦୦୯ରେ ଚିକାଗୋରୁ ଗିରଫ କରିଥିଲା । ସେ ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଏ-ତାଏବାର ଜଣେ ଅପରେଟିଭ୍ ବୋଲି କୁହାଯାଉଛି । ଏବେ ତାଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଜୋରସୋରେ ଚାଲିଛି । ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ କରିବା ଏବଂ ଡେନମାର୍କରେ ଆତଙ୍କୀ ଆକ୍ରମଣର ବିଫଳ ଷଡ଼ଯନ୍ତ୍ର ରଚିବା ପାଇଁ କୋର୍ଟ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ତେବେ ଭାରତରେ ହୋଇଥିବା ଆକ୍ରମଣ ଅଭିଯୋଗକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ କୋର୍ଟ କହିଥିଲେ ଯେ ସେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ଏବଂ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଉଚିତ୍ । କହି ରଖୁଛୁ, ତହୱୁର ରାଣା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ସେ ଆର୍ମି ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ ।












Click it and Unblock the Notifications