Get Updates
Get notified of breaking news, exclusive insights, and must-see stories!

ଗ୍ୟାଙ୍ଗଷ୍ଟାର ମୁକ୍ତାର ଅନସାରୀ ମୃତ୍ୟୁ ଘଟଣାର ହେବ ତଦନ୍ତ

Mukhtar Ansari's death under investigation: ଉତ୍ତରପ୍ରଦେଶର ପ୍ରଭାବଶାଳୀ, ଶକ୍ତିଶାଳୀ, ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରୁ ମୁକ୍ତାର ଅନସାରୀ ଅନ୍ୟତମ । ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଏନେଇ ଜେଲ୍ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ହେଲେ ତାଙ୍କ ସାନ ପୁଅ ଅଭିଯୋଗ ଆଣିଥିଲେ ପିତା ମୁକ୍ତାର ଅନସାରୀଙ୍କୁ ସ୍ଲୋ ପଏଜନ୍ ଦିଆଯାଉଥିଲା ।

Mukhtar Ansari s death

ପରିବାର ପକ୍ଷରୁ ଏପରି ଅଭିଯୋଗ ଆସିବା ପରେ ୟୁପି ସରକାର ମୃତ୍ୟୁର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ତେବେ ପରିବାର ପକ୍ଷରୁ ଦାବି କରାଯାଉଛି ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ଅନସାରୀଙ୍କ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି । ଯେଉଁଥି ପାଇଁ ୟୁପିରେ ୧୪୪ ଧାରା ଲାଗୁ କରାଯାଇଛି ।

୨୦୦୫ରୁ ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିଲେ ମୁଖତାର ଅନସାରୀ । ସେହିପରି ତାଙ୍କ ନାଁରେ ୬୦ରୁ ଅଧିକ ମାମଲା ରହିଥିଲା । ଯାହା ମଧ୍ୟରୁ ୮ଟି ମାମଲାରେ ତାଙ୍କୁ ସଜା କାଟି ସାରିଛନ୍ତି । ମୁଖତାରଙ୍କ ମୃତ୍ଯୁ ପରେ ୟୁପିରେ ୧୪୪ ଧାରା ଜାରି କରାଯାଇଛି । ଲକ୍ଷ୍ମୌ, ଘାଜିପୁର ଓ ମାଉରେ ଆଲର୍ଟ ଜାରି ହୋଇଛି ।

ସୂଚନାଥାଉ ଯେ, ୟୁପିର ମଉ ଆସନରୁ ସେ ୫ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୯୬ ରୁ ୨୦୨୨ଯାଏଁ ବିଧାୟକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଗତ ୧୩ ତାରିଖରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା ।

ସୂଚନାଥାଉ ଯେ, ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁକ୍ତାର ଉପବାସ କରିଥିଲେ । ଦିନ ତମାମ ଉପବାସ କରିଥିବା ବେଳେ ସେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ । କିନ୍ତୁ ହଠାତ ସେ ଉପବାସ ଭଙ୍ଗ କରିବା ମାତ୍ରେ ଅସୁସ୍ଥତା ଅନୁଭବ କରିଥିଲେ । ସେ ତଳେ ବସି ପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ । ସମୟକ୍ରମେ ସେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା । ସେ ହାର୍ଟ ଆଟାକର ସାମନା କରିବାରୁ ତାଙ୍କୁ ବନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜେଲ୍ ପ୍ରଶାସନ ପକ୍ଷରୁ ସୂଚନା ଯାରି କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+