ଆଇସିୟୁରେ ଭର୍ତ୍ତି ହେଲେ ମୁଖତାର ଅନସାରୀ
ବାହୁବଳୀ ନେତା ମୁଖତାର ଅନସାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ବୃନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଏବେ ମେଡିକାଲ କଲେଜର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ନେଇ ମେଡିକାଲ କଲେଜରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ଏହାକୁ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରିଛି।

ମୁଖତାର ଅନସାରୀ ଗିରଫ ହୋଇ ଏବେ ଉତ୍ତରପ୍ରଦେଶର ବାନ୍ଦା ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି। ମୁଖତାରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ତରଫରୁ କୌଣସି ସୂଚନା ଦିଆଯାଇନି। କିଛି ଦିନ ପୂର୍ବେ ମୁଖତାରଙ୍କ ସୁରକ୍ଷାରେ ଢିଲା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜଣେ ଜେଲ୍ର ଓ ଦୁଇ ଜଣ ଡେପୁଟି ଜେଲରଙ୍କୁ ସସ୍ପେଣ୍ଡ କରାଯାଇଥିଲା।
ଏହା ପୂର୍ବରୁ ମୁଖତାର ଅଭିଯୋଗ କରିଥିଲେ କି ଜେଲ୍ରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଉଛି। ଗତ ୨୧ ତାରିଖରେ ମୁଖତାର ଅନସାରୀ କୋର୍ଟରେ ହାଜର ହୋଇଥିଲେ। ଉକ୍ତ ସମୟରେ ସେ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ କି ଗତ ୧୯ ତାରିଖ ରାତି ଖାଦ୍ୟରେ ତାଙ୍କୁ ବିଷ ମିଶାଇ ଦିଆଯାଇଥିଲା, ଏହାପରେ ତାଙ୍କ ସ୍ୱାସ୍ଥ ବହୁତ ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ଆବଶ୍ୟକ ମେଡିକାଲ ସହାୟତା ପ୍ରଦାନ ପାଇଁ ସେ କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ।












Click it and Unblock the Notifications