Mukhtar Ansari Death: ସଂପନ୍ନ ହେଲା ମୁଖତାର ଅନସାରୀଙ୍କ ଶେଷକୃତ୍ୟ
Mukhtar Ansari Death: ସଂପନ୍ନ ହେଲା ମାଫିଆ ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଶେଷକୃତ୍ୟ । ଶନିବାର ଦିନ ଗାଜୀପୁରର କାଲିବାଗ କବ୍ରିସ୍ତାନରେ ଅନସାରୀଙ୍କୁ କବର ଦିଆଗଲା । ଏହି ସମୟ ମଧ୍ୟରେ ଅଫଜଲ ଅନସାରୀଙ୍କ ସମେତ ପରିବାର ସଦସ୍ୟ ଏବଂ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ । କଡ଼ା ସୁରକ୍ଷା ମଧ୍ୟରେ ତେଙ୍କ ଶେଷକୃତ୍ୟ ଶେଷ ହୋଇଛି । ମୁଖତାରଙ୍କ ମୃତଦେହକୁ ପ୍ରଥମେ ତାଙ୍କ ପୈତୃକ ଘରୁ ଘରକୁ ନିଆଯାଇଥିଲା ।

ଅନସାରୀଙ୍କ ଶେଷ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ହେଲେ କେବଳ ପାରିବାର ଲୋକଙ୍କୁ ମାଟି ଦେବା ପାଇଁ ପ୍ରସାଶନ ପକ୍ଷରୁ ଅନୁମତି ମଳିଥିଲା । ସେହିପରି କ୍ରବ୍ରିସ୍ତାନ ବାହାରେ ହଜାର ହଜାକ ସମର୍ଥକ ଏକତ୍ରିତ ହୋଇଥିଲେ ଏବଂ ମୁଖତାର ଅନସାରୀ ଜିନ୍ଦାବାଦ ନାରା ଦେଇଥିଲେ । ସେପଟେ ଅନସାରୀଙ୍କ ପତ୍ନୀ ଶେଷ ଥର ପାଇଁ ତାଙ୍କ ମୁହଁ ଦେଖିପାରି ନଥିଲେ ।

ସୂଚନଥାଉ ଯେ, ମାର୍ଚ୍ଚ ୩୦ ତାରିଖ ସକାଳ ୯ଟା ୩୦ ସମୟରେ ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ମୁଖତାର ଅନସାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ସମୟରେ ହଜାର ହଜାର ଲୋକ ଏକାଠି ହୋଇ ଅନସାରୀଙ୍କ ଘର ପାଖରେ ଥିବା ପ୍ରିନ୍ସ ହଲ୍ ପଡିଆରେ ଅନ୍ତିମ ନମାଜ ପାଠ କରିଥିଲେ ।
ସୂଚନାଥାଉ ଯେ, ହୃଦଘାତ ଯୋଗୁଁ ଗ୍ୟାଙ୍ଗଷ୍ଟାରରୁ ରାଜନେତା ସାଜିଥିବା ମୁଖତାର ଅନସାରୀଙ୍କ ଦେହାନ୍ତ ହୋଇଥିଲା । ଏନେଇ ଜେଲ୍ ପ୍ରସାଶନ ପକ୍ଷରୁ ସୂଚନା ଯାରି କରାଯାଇଛି । ହେଲେ ପରିବାର ପକ୍ଷରୁ ଏହାକୁ ବିରୋଧ କରାଯାଉଛି ଏବଂ ଦାବି କରାଯାଉଛି ସେ ଜେଲରେ ଅନସାରୀଙ୍କୁ ଦୀର୍ଘ ଦିନ ହେବ ସ୍ଲୋ-ପଏଜନ୍ ଦିଆଯାଉଥିଲା । ହେଲେ ପୋଷ୍ଟମର୍ଟମ ରିପୋର୍ଟରେ ଏପରି କିଛି ତଥ୍ୟ ସାମ୍ନାକୁ ଆସି ନାହିଁ । ଅନ୍ୟପଟେ ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ ୟୁପିରେ ୧୪୪ ଧାରା ଲାଗୁ କରାଯାଇଛି ।












Click it and Unblock the Notifications