ମୋ ବାପାଙ୍କୁ 'ସ୍ଲୋ ପଏଜନ୍' ଦିଆଯାଉଥିଲା, ଏପରି ଅଭିଯୋଗ ଆଣିଲେ ମୁଖତାର ଅନସାରୀଙ୍କ ପୁଅ

Mukhtar Ansari Death: ଉତ୍ତରପ୍ରଦେଶ ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ତାଙ୍କ ସାନ ପୁଅ ଉମର ଅନସାରୀ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ ଦାବି କରିଛନ୍ତି ଯେ, ତାଙ୍କ ପିତାଙ୍କୁ ଧୀରେ ଧୀରେ 'ସ୍ଲୋ ପଏଜନ୍' ( Slow Poision) ଦିଆଯାଉଥିଲା । ତାଙ୍କ ହତ୍ୟା ପାଇଁ ଏକ ବଡ଼ ଷଡଜନ୍ତ୍ର ରଚାଯାଇଥିଲା ।

Mukhtar Ansari

ଉମର ଅନସାରୀ କହିଛନ୍ତି, 'ପିତାଙ୍କ ଅନୁପସ୍ଥିତିରେ ଯେପରି ଅବସ୍ଥା ହୋଇଥାଏ, ବର୍ତ୍ତମାନ ଆମର ମଧ୍ୟ ସେହି ସ୍ଥିତି ଅଛି', ବାପା ନିଜେ ମୋତେ କହିଥିଲେ, ତାଙ୍କୁ 'ସ୍ଲୋ ପଏଜନ୍' ଦିଆଯାଉଛି। ବାପାଙ୍କୁ ୱାର୍ଡରେ ରଖିବା ପରିବର୍ତ୍ତେ ତିନି ଦିନ ପୂର୍ବରୁ ଆଇସିୟୁରେ ରଖାଯାଇଥିଲା'।

ମୁଖତାର ଅନସାରୀଙ୍କ ପୁଅ ଉମର ଅନସାରୀ କହିଛନ୍ତି ଯେ, ତାଙ୍କ ପିତାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା, ସେ ଏହି ମାମଲାକୁ ନେଇ କୋର୍ଟକୁ ଯିବେ। ଆମେ ଏହା ପୂର୍ବରୁ ମଧ୍ୟ କହିଥିଲୁ ଏବଂ ତାଙ୍କୁ Slow Poision ଦିଆଯାଉଥିଲା । ମାର୍ଚ୍ଚ 19ରେ ରାତ୍ରୀ ଭୋଜନରେ ତାଙ୍କୁ ବିଷ ଦିଆଯାଉଥିଲା।

ଏହି ପ୍ରସଙ୍ଗରେ ଆମେ କୋର୍ଟକୁ ଯିବୁ, ନ୍ୟାୟପାଳିକା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସୂଚନାଥାଉ ଯେ, ପୋଷ୍ଟମର୍ଟମ ପାଇଁ ମୁଖତାର ଅନସାରୀଙ୍କ ମୃତଦେହକୁ ବାନ୍ଦା ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଉମର ଅନସାରୀ କହିଛନ୍ତି, 'ପୋଷ୍ଟମର୍ଟମ ମାର୍ଚ୍ଚ 29 ରେ କରାଯିବ, ଏହା ପରେ ସେମାନେ ଆମକୁ ମୃତ ଦେହ ହସ୍ତାନ୍ତର କରିବେ ଏବଂ ଏହା ପରେ ଶବଦାହ କରାଯିବ । ତେବେ ପୋଷ୍ଟମର୍ଟମ କରିବା ପାଇଁ ପ୍ରାୟ ପାଞ୍ଚଜଣ ଡାକ୍ତରଙ୍କ ଏକ ପ୍ୟାନେଲ ଗଠନ କରାଯାଇଛି।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,ପ୍ରଥମେ ଗ୍ୟାଙ୍ଗଷ୍ଟାର ଏବଂ ପରେ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି । ଯେଉଁଥି ପାଇଁ ସାରା ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି ।

ସୂଚନାଥାଉ ଯେ, ଜେଲର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନାରହିଛି । ହେଲେ ସାନ ପୁଅ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ପିତାଙ୍କୁ ବିଷ ଦିଆଯାଉଥିଲା । ଏହି ଘଟଣା ପାଇଁ ସେ, ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+