ମୁଖତାର ଅନସାରୀର ମୃତ୍ୟୁକୁ ବିଜେପି ନେତାଙ୍କ ବଡ଼ ବୟାନ, କହିଲେ ଅପରାଧୀଙ୍କ ମୃତ୍ୟୁକୁ ନେଇ କାନ୍ଦିବା ଠିକ ନୁହେଁ
ଲକ୍ଷ୍ନୌ : ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର ଅନସାରୀ ହୃଦଘାତରେ ଜେଲ୍ରେ ମୃତ୍ୟୁ ଘଟିଛି । ଅନସାରୀଙ୍କ ମୃତ୍ୟୁକୁ ନେଇ ବିଜେପି ନେତା ସଂଗୀତ ସୋମଙ୍କ ବଡ ବୟାନ ଦେଇଛନ୍ତି । ଜଣେ ବଡ ଅପରାଧୀଙ୍କ ମୃତ୍ୟୁକୁ ନେଇ କାନ୍ଦିବା ଠିକ ନୁହେଁ ବୋଲି ସେ କହିଛନ୍ତି । ମୁଖତାର ନିରୀହ ଲୋକଙ୍କ ହତ୍ୟାକାରୀ ଥିଲେ ।
ଯେଉଁମାନେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଉଛନ୍ତି, ଯଦି ସେମାନେ ନିର୍ଦ୍ଦୋଷଙ୍କ ହତ୍ୟା ଉପରେ ଲୁହ ଝରାଇଥାନ୍ତେ ତବେ ଭଲ ହୋଇଥାନ୍ତା । ଅପରାଧୀଙ୍କ ମୃତ୍ୟୁକୁ ନେଇ ବିରୋଧୀ ରାଜନୈତିକ ରୂପ ଦେବା ଉଚିତ୍ ନୁହେଁ । ସମାଜବାଦୀ ପାର୍ଟି (ଏସପି) ଅନସାରୀଙ୍କ ଦେହାନ୍ତକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଅନସାରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଗ୍ୟାଙ୍ଗଷ୍ଟାର ରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜେଲରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବାନ୍ଦା ମେଡିକାଲ କଲେଜକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ରମଜାନ ଚାଲିଥିବାରୁ ଜେଲରେ ଥାଇ ମଧ୍ୟ ମୁକ୍ତାର ଉପବାସ କରିଥିଲେ । ଦିନ ତମାମ ଉପବାସ କରିଥିବା ବେଳେ ସେ ସନ୍ଧ୍ୟାରେ ଏହାକୁ ଭଙ୍ଗ କରିଥିଲେ । କିନ୍ତୁ ହଠାତ ସେ ଉପବାସ ଭଙ୍ଗ କରିବା ମାତ୍ରେ ଅସୁସ୍ଥତା ଅନୁଭବ କରିଥିଲେ । ସେ ତଳେ ବସି ପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ । ସମୟକ୍ରମେ ସେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା । ସେ ହାର୍ଟ ଆଟାକର ସାମନା କରିବାରୁ ତାଙ୍କୁ ବନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।












Click it and Unblock the Notifications