Get Updates
Get notified of breaking news, exclusive insights, and must-see stories!

ବିହାରର ମହାଗଠବନ୍ଧନରେ ଆସନ ବୁଝମଣା ହେଲା ଶେଷ, ମେଣ୍ଟରେ ସାମିଲ ହେଲେ ମୁକେଶ ସାହାଣୀ

ପାଟନା: ବିହାରରେ ମହାମେଣ୍ଟରେ ଆସନ ବୁଝାମଣା ସେଷ ହୋଇଛି । ମାତ୍ର କିଛି ଦିନ ହେବ ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କର ବିରୋଧୀଦଳ ନେତା ତେଜସ୍ୱୀ ଯାଦବଙ୍କ ସହ ଆଲୋଚନା ଚାଲିଥିଲା । ଏହି କ୍ରମରେ ଆଜି ମୁକେଶ ସାହାଣୀ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି ।

ମୁକେଶ ସାହାଣୀ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ପରେ ଆରଜେଡି କୋଟାରେ ଥିବା ୨୬ଟି ଲୋକସଭା ଆସନ ମଧ୍ୟରୁ ମୁକେଶ ସାହାଣୀଙ୍କ ପାର୍ଟିକୁ ଆରଜେଡି ୩ଟି ଆସନ ଛାଡିଛି । ଏହି ଅବସରରେ ତେଜସୱୀ ଯାଦବ ଓ ମୁକେଶ ସାହାଣୀ ଗୋଟିଏ ମଞ୍ଚରେ ଏକାଠି ହୋଇ ସମ୍ବୋଧିତ କରିଥିଲେ । ମୁକେଶ କହିଥିଲେ, ଦେଶକୁ ସ୍ୱାଧୀନ କରିବା ପାଇଁ ଭାରତୀୟମାନେ ଯେଭଳି ସଂଘର୍ଷ କରିଥିଲେ, ଚଳିତ ନିର୍ବାଚନରେ ତାଙ୍କ ଦଳ ସେହିଭଳି ସଂଘର୍ଷ କରିବ । ଏଥିସହ ମିଳିଥିବା ଆସନ ବ୍ୟତୀତ ବିହାରର ସମସ୍ତ ଆସନ ପାଇଁ ମୁକେଶ ପ୍ରଚାର କରିବେ ବୋଲି କହିଛନ୍ତି ।

mukesh sahani join india alliance

ଜାତିଗତ ଭୋଟକୁ ହିସାବକୁ ନିଆଯିବ ତେବେ ବିହାରର ମୋଟ ଜନସଂଖ୍ୟା ମଧ୍ୟରୁ ୬ ପ୍ରତିଶତ ମଲ୍ଲାହ ଜାତିର ଲୋକ ରହିଛନ୍ତି । ଏହା ରାଜ୍ୟର ୧୦-୧୫ ଆସନ ଉପରେ ପ୍ରଭାବ ପକାଇଥାଏ । ୨୦୨୦ ବିଧାନସଭା ନିର୍ବାଚନରେ ମୁକେଶଙ୍କ ଭିଆଇପି ପାର୍ଟି ୪୦ଟି ଆସନରେ ନିର୍ବାଚନ ଲଢିଥିଲା । ସେଥିରୁ ୪ଟି ଆସନରେ ବିଜୟୀ ହୋଇଥିଲା ।

ଅନ୍ୟପଟେ ଏହିି ଅବସରରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ଏନଡିଏକୁ ପରାସ୍ତ କରିବା ପାଇଁ କାର୍ଯ୍ୟ କରିବୁ । ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଁଛି, ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଚାହୁଁଛି । ଆମର ସମ୍ବିଧାନକୁ ଧ୍ୱଂସ କରିବାକୁ କାହାର ଶକ୍ତି ନାହିଁ । ତେଜସ୍ୱୀ ଯାଦବ କହିଛନ୍ତି ଯେ ଆଜି ମୁଁ ବହୁତ ଖୁସି ଯେ ମୁକେଶ ସହନୀ ଆମ ସହିତ ଆସିଛନ୍ତି ।

ଆମେ ସମସ୍ତେ ତାଙ୍କୁ ଆରଜେଡି ପରିବାରରେ ସ୍ୱାଗତ କରୁଛୁ । ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ, ଆସନ୍ତୁ ସମସ୍ତଙ୍କୁ ଏକାଠି କରିବା ଏବଂ ସେମାନଙ୍କୁ ମଧ୍ୟ ସମ୍ମାନ ଦେବା । ନିଷ୍ପତ୍ତି ମୁତାବକ ତିନିଟି ଆସନ ମଧ୍ୟରୁ ପ୍ରଥମ ଆସନ ଗୋପାଳଗଂଜ, ଦ୍ୱିତୀୟଟି ହେଉଛି ଝଂଝରପୁର ଏବଂ ତୃତୀୟଟି ହେଉଛି ମୋତିହାରୀ ଆସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+