ଏବେ ବି ନମ୍ବର-୧ କୋଟିପତି ମୁକେଶ
ଭାରତ କେବଳ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ନୁହେଁ। ବରଂ ଏହା ଏବେ ଧନୀ ଲୋକଙ୍କ କାରଖାନାରେ ପରିଣତ ହେଉଛି। ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୬ ର ସଦ୍ୟ ତଥ୍ୟ ଅନୁଯାୟୀ ଭାରତ ଗତ ଗୋଟିଏ ବର୍ଷ ମଧ୍ୟରେ ରେକର୍ଡ ୫୭ ଜଣ ନୂତନ କୋଟିପତି ସୃଷ୍ଟି କରିଛି। ଭାରତରେ କୋଟିପତିଙ୍କ ସଂଖ୍ୟା ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି। ଭାରତ ଏବେ ଚୀନ୍ ଏବଂ ଆମେରିକା ପରେ ବିଶ୍ୱର ତୃତୀୟ ବୃହତ କୋଟିପତି ହୋଇଗଲାଣି।

ଭାରତୀୟ କୋଟିପତିଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ପ୍ରାୟ ୧୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ଅନେକ ଦେଶର ଜିଡିପି ଠାରୁ ମଧ୍ୟ ଅଧିକ।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ ମୁକାବିଲା କରିବା ସହଜ ନୁହେଁ। ତାଙ୍କର ନେଟ୍ ସମ୍ପତ୍ତି ୯ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୯.୮ ଲକ୍ଷ କୋଟି ଟଙ୍କା ହୋଇଛି। ସେ କେବଳ ଭାରତର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି, ବରଂ ଏସିଆର ସବୁଠାରୁ ଧନୀ ରଇସ୍ ଶାଖଙ୍କ ଉପାଧି ମଧ୍ୟ ରଖିଛନ୍ତି।












Click it and Unblock the Notifications