Get Updates
Get notified of breaking news, exclusive insights, and must-see stories!

ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ?

ନୂଆଦିଲ୍ଲୀ: ଅନନ୍ତ ଏବଂ ରାଧିକାଙ୍କ ବିବାହ ଖବର ଦୀର୍ଘ ଦିନ ଧରି ରହିଆସିଛି । ଦୁଇଟି ପ୍ରି-ଫଙ୍କସନ୍ ପରେ, ସମୟ ପାଖେଇ ଆସିଛି ବିବାହର । ଅନନ୍ତ ଏବଂ ରାଧିକା ଆଉ ୮ ଦିନ ଅର୍ଥାତ୍ ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି । ବିଶେଷ ଅତିଥିମାନେ ଏହି ବିଶେଷ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି ।

ଭାରତ ଏବଂ ବିଦେଶର ସେଲିବ୍ରିଟିମାନେ ବିଗ୍ ଫ୍ୟାଟ୍ ୱେଡିଂକୁ ଅନୁଗ୍ରହ ପ୍ରଦାନ କରିବେ । ତେବେ ଏହି ଦୁହିଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଖବର । ପୁଅ ଅନନ୍ତଙ୍କ ବିବାହ ଅବସରରେ ବାପା ମୁକେଶ ଅମ୍ବାନୀ ନିଜେ ବିବାହ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି ।ଇତିମଧ୍ୟରେ ଗୁରୁବାର ମୁକେଶ ଅମ୍ବାନୀ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ଏବଂ ରାହୁଲ ଗାନ୍ଧୀ ବାସଭବନରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ ସେ ପୁଅର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଦେବା ପାଇଁ ସେଠାରେ ପହଁଞ୍ଚିଥିଲେ ।

rahul gandhi amp amp mukesh ambani

ଏହି କ୍ରମରେ ଗତ ଜୁନ୍ ୨୬ ରେ ମୁକେଶ ଅମ୍ବାନୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ତାଙ୍କୁ ପୁଅର ବିବାହ ନିମନ୍ତ୍ରଣ କରିଥିଲେ । ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ଜୁଲାଇ ୩, ବୁଧବାର ଦିନ ମୁମ୍ବାଇରେ ପାରମ୍ପାରିକ ଗୁଜୁରାଟୀ 'ମମେରୁ' ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ସମଗ୍ର ଅମ୍ବାନୀ ପରିବାର ଯୋଗ ଦେଇଥିଲେ ଏବଂ ରାଧିକା ମର୍ଚାଣ୍ଟଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+