ମୁକେଶ ଅମ୍ବାନୀଙ୍କୁ ରହିଛି ବିପଦ, ମିଳିବ Z+ ସୁରକ୍ଷା

ଆଇବିଙ୍କ ରିପୋର୍ଟରେ ଅମ୍ବାନୀଙ୍କ ଲାଗି ବିପଦ ରହିଛି। ଏଣୁ ମନ୍ତ୍ରାଳୟ ତାଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛନ୍ତି।

ନୂଆଦିଲ୍ଲୀ: ଆଇବିଙ୍କ ରିପୋର୍ଟରେ ଅମ୍ବାନୀଙ୍କ ଲାଗି ବିପଦ ରହିଛି। ଏଣୁ ମନ୍ତ୍ରାଳୟ ତାଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛନ୍ତି। ରିଲେଏୟାନ୍ସର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଆହୁରି କଡ଼ାକଡି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ସୂତ୍ରଙ୍କ ଅନୁସାରେ ମୁକେଶ ଅମ୍ବାନୀଙ୍କୁ ଏବେ 'ଜେଡ୍ ପ୍ଲସ୍' ସୁରକ୍ଷା ପ୍ରଦାନ କରାଯାଉଛି।ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମିଳିବା ପରଠାରୁ ତାଙ୍କ ସୁରକ୍ଷା ମଜଭୁତ କରିବା ପାଇଁ ବିରାର ଚାଲିଥିଲା। ସୁରକ୍ଷା ୟେଲୋ ବୁକ୍ ଅନୁସାରେ ଯେଉଁ ଯେଉଁ ଭିଭିଆଇପିଙ୍କୁ ଜେଡ୍ ପ୍ଲସ୍‌ କ୍ୟାଟଗରୀ ସୁରକ୍ଷା ଦିଆଯାଏ ତାଙ୍କ ଚତୁପାର୍ଶ୍ୱରେ କଡା ସୁରକ୍ଷା ପ୍ରହରା ବ୍ୟବସ୍ଥା କରାଯାଇଥାଏ।

mukesh ambani

ଏହି ସୁରକ୍ଷା ପରେ ତାଙ୍କୁ 10 ଆର୍ମଡ୍ ଷ୍ଟାଟିକ୍ ଗାର୍ଡ, 6 ପିଏସଓ, 2ଟି ଏସ୍କର୍ଟରେ ରାଉଣ୍ଡ ଦି କ୍ଲକ୍ 24 ଯବାନ ଓ ଦୁଇ ସିଫ୍ଟରେ 5 ୱାଚର ଓ ମୋଟ ସୁରକ୍ଷାର ତଦାରଖ ପାଇଁ ଜଣେ ଇନସପେକ୍ଟର ଅଥବା ସବଇନିସପେକ୍ଟର ମୁତୟନ ରହିଥାନ୍ତି। ସେହିପରି ଭିଭିଆଇପିଙ୍କ ଘରକୁ ଯିବା ଆସିବା କରୁଥିବା ଲୋକଙ୍କ ସ୍କ୍ରିନିଂ ପାଇଁ 6 ଜଣ ସୁରକ୍ଷା କର୍ମୀ ମୁତୟନ ଥାନ୍ତି। ଏହା ସହ 24 ଘଣ୍ଟା 6 ପ୍ରଶିକ୍ଷିତ ଡ୍ରାଇଭର ନିଯୁକ୍ତ ହୋଇଥାନ୍ତି।

ସୂଚନା ଅନୁସାରେ, ମୁକେଶ ଅମ୍ବାନୀ ଚଳିତ ବର୍ଷ ଜୁଲାଇ 22ରେ କେନ୍ଦ୍ର ସରକାରଙ୍କୁ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରଙ୍କୁ ମୁମ୍ବାଇରେ ସୁରକ୍ଷା କଭର ଜାରି ରଖିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ। ଏଥିସହିତ କୋର୍ଟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରଙ୍କ ସୁରକ୍ଷା ବିରୋଧରେ ତ୍ରିପୁରା ହାଇକୋର୍ଟରେ ରୁଜୁ ପିଟିସନକୁ ଖାରଜ କରିବା ଲାଗି ଆଦେଶ ମଧ୍ୟ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+