ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ: ଏଥର ମାଗିଲେ ୪୦୦ କୋଟି
ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ: ଦେଶର ଧନୀ ବ୍ୟକ୍ତିଙ୍କୁ କ୍ରମାଗତଃ ଦ୍ୱିତୀୟ ଥର ହତ୍ୟା ଧମକ । ଏକ ଇ-ମେଲ୍ ଜରିଆରେ ତାଙ୍କୁ ଜଣେ ଅଜଣା ବ୍ୟକ୍ତି ଜୀବନରୁ ମାରିବାକୁ ଧମକ ଦେଇଛନ୍ତି । ଏହାସହ ତାଙ୍କ ଠାରୁ ୪୦୦କୋଟି ଟଙ୍କାର ଡିମାଣ୍ତ ମଧ୍ୟ କରାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ମୁକେଶ ଅମ୍ବାନିଙ୍କୁ ହତ୍ୟା ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଯଦି ସେ ୨୦ କୋଟି କଙ୍କା ନଦେବେ ତେବେ ତାଙ୍କୁ ଗୁଳି କରି ହତ୍ୟା କରାଯିବ । ଉକ୍ତ ବ୍ୟକ୍ତି ଏହା ମଧ୍ୟ ଦାବି କରିଥିଲେ ଯେ, ତାଙ୍କ ନିକଟରେ ଦେଶର ସବୁଠାରୁ ଭଲ ଅଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୪ ଦିନ ମଧ୍ୟରେ ଅମ୍ବାନିଙ୍କୁ ଏହା ତୃତୀୟ ଧମକ । ଏନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ସଦାବ ଖାନ୍ ନାମକ ଅଜଣା ବ୍ୟକ୍ତି ତାଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇଛନ୍ତି । ଗତ ଚାରି ଦିନ ମଧ୍ୟରେ ମୁକେଶ ଅମ୍ବାନୀଙ୍କୁ ପଠାଯାଇଥିବା ଏହା ହେଉଛି ତୃତୀୟ ଧମକପୂର୍ଣ୍ଣ ଇ-ମେଲ୍ ଏଥର ଧମକ ଦେଉଥିବା ବକ୍ତି ଜଣକେ ଇ-ମେଲରେ ଲେଖିଛନ୍ତି, ତୁମେ ଆମ କଥା ଶୁଣିଲ ନାହିଁ, ସେଥିପାଇଁ ଡିମାଣ୍ତ ରାଶି ବଢାଇ ଦିଆଯାଇ ୪୦୦ କୋଟି କରାଯାଇଛି ।

ତେବେ ଏହା ପୂର୍ବୁ ମଧ୍ୟ ମୁକେଶ ଅମ୍ବାନିଙ୍କୁ ୨ ଥର ଧମ ଦିଆଯାଇଛି । ପ୍ରଥମ ଥର ୨୦ କୋଟି, ଦ୍ୱିତୀୟ ଥର ୨୦୦ କୋଟି ଏବଂ ବର୍ତ୍ତମାନ ୪୦୦ କୋଟି ଟଙ୍କା ଦାବି କରାଯାଇଛି । ଅନ୍ୟପଟେ ମୁ୍ମ୍ବାଇ ପୋଲିସ ମେଲର ଯାଞ୍ଚ କରୁଛି । ଏହି ମେଲଟି [email protected]ରୁ ପଠାଯାଇଛି ।












Click it and Unblock the Notifications