ମହରମ୍ ଶୋଭାଯାତ୍ରାରେ ଅଘଟଣ: ଚାଲିଗଲା ୩ ଜୀବନ
Muharram 2023: ମହରମ ଶୋଭାଯାତ୍ରା ବେଳେ ଅଘଟଣ । ବଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୪ ଜୀବନ । ଏପରି ଅଘଟଣା ଝାଡଖଣ୍ତର ବୋକରୋ ଜିଲ୍ଲା ଘଟିଛି । ଧାର୍ମିକ ପତାକା ଧରି ଯାଉଥିବା ବେଳେ ତାହା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ।
ଯାହା ଫଳେ କରେଣ୍ଟ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ୧୦ରୁ ଅଧିକ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଭର୍ତ୍ତିଥିବା ଲୋକଙ୍କ ମଧ୍ୟରେ ୩ ଜଣଙ୍କର ଅବସ୍ଥା ଗୁରୁତର ଅଛି । ତେବେ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ପେତରୱାର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଖେଟକୋ ଗାଁରେ ମହରମ ପଦଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଅଘଟଣା ଘଟିଥିଲା ।

ଲୁହା ରଡ୍ ଲାଗିଥିବା ଧାର୍ମିକ ପତାକାରେ ୧୧.୦୦୦ ଭୋଲ୍ଟର ତାରର ସଂସ୍ପର୍ଶରେ ଆସି ପଦଯାତ୍ରାକାରୀଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ସମୟରେ ଏପରି ଅଘଟଣ ଘଟିଥିବା ନେଇ ପୋଲିସ ସୂଚନା ଦେଇଥିଲା ।
ସୂଚନାଥାଉ ଯେ, ଆଜି ପବିତ୍ର ମହରମ ପର୍ବ । ବେଶ୍ ନିଷ୍ଠାର ସହ ମୁସଲମାନ ସମ୍ପ୍ରଦାୟର ଲୋକ ମାନେ ଏହି ପର୍ବକୁ ପାଳନ କରନ୍ତି ।
ଏହି ପର୍ବରେ ଏକ ତାଜିଆ ଶୋଭାଯାତ୍ରା ବାହାର କରାଯିବାର ପରମ୍ପରା ରହିଛି ।












Click it and Unblock the Notifications