ବଦଳିଲା ମୋଗଲ୍ ଗାର୍ଡେନର ନାଁ, ବର୍ତ୍ତମାନ 'ଅମୃତ ଉଦ୍ୟାନ' ଭାବରେ ଜଣାଯିବ
ବଦଳିଲା ମୋଗଲ୍ ଗାର୍ଡେନର ନାଁ, ବର୍ତ୍ତମାନ 'ଅମୃତ ଉଦ୍ୟାନ'ଭାବରେ ଜଣାଯିବ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଥିବା ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା 'ଅମୃତ ଉଦ୍ୟାନ୍'ଭାବରେ ଜଣାଯିବ । ରାଷ୍ଟ୍ରପତି ଭବନରେ ଥିବା ଏହି ମୋଗଲ ଗାର୍ଡେନ୍ ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାଏ ।
ଏହି ଉଦ୍ୟାନରେ ୧୩୮ ପ୍ରକାରର ଗୋଲାପ, ୧୦ ହଜାରରୁ ଅଧିକ ଟୁଲିପ, ୭୦ଟି ପ୍ରଜାତିର ପ୍ରାୟ ୫ହଜାର ସିଜନାଲ ଫୁଲ୍ ରହିଛି । ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।
ସୂଚନାଥାଉ ଯେ, ସାଧାରଣ ଲୋକଙ୍କ ପାଇଁ ଏହି ଉଦ୍ୟାନ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଖୋଲା ଯାଇଥିଲା । ଏହା ୧୫ ଏକରରୁ ଅଧିକ ଜମିରେ ନିର୍ମିତ । ବ୍ରିଟିସ୍ ଶାସନ କାଳରେ ଏହାକୁ ସାର୍ ଏଡୱାର୍ଡ ଲୁଟିନ୍ସ ଡିଜାଇନ୍ କରିଥିଲେ । ଏହି ଗାର୍ଡେନକୁ ପ୍ରତିବର୍ଷ ବସନ୍ତ ଋତୁରେ ଦେଶବାସୀଙ୍କ ପାଇଁ ଖୋଲାଯାଇଥାଏ । ଏକ ସ୍ୱତନ୍ତ୍ର କିସମର ଗୋଲାପ ପାଇଁ ଚର୍ଚ୍ଚା ସାଉଁଟିଥାଏ ଅମୃତ ଉଦ୍ୟାନ ।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications