ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବାରେ ମୁଦ୍ରା ଯୋଜନା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି;ପ୍ରଧାନମନ୍ତ୍ରୀ
ତୃଣମୂଳସ୍ତରରେ ଲୋକଙ୍କ ଉଦ୍ୟୋଗୀ ଦକ୍ଷତା, ଉଦ୍ଭାବନ, ସୃଜନଶୀଳତା ଏବଂ ଆତ୍ମନିର୍ଭରଶୀଳତାକୁ ସମ୍ମାନ ଓ ସମର୍ଥନ ଦେବା ପାଇଁ ମୁଦ୍ରା ଯୋଜନା ଏକ ବୃହତ୍ ଦୃଷ୍ଟିକୋଣର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଦ୍ରା ଯୋଜନା ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ମୁଦ୍ରା, ପିଏମ୍-ସ୍ୱନିଧି, ଷ୍ଟାର୍ଟ-ଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ବ୍ୟାଙ୍କଗୁଡ଼ିକୁ ଭଲ ସ୍ଥିତିରେ ପହଁଞ୍ଚାଇପାରିଛନ୍ତି। କ୍ଷୁଦ୍ର ଔଦ୍ୟୋଗିକ ଆବଶ୍ୟକତା ପୂରଣ କରିବାରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ତୃଣମୂଳସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରିବା ଏବଂ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବାରେ ବ୍ୟାଙ୍କିଂ କ୍ଷେତ୍ର ଏକ ଶକ୍ତିଶାଳୀ ଅଂଶୀଦାର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଦ୍ରା ଯୋଜନାରେ ଏନ୍.ପି.ଏ. ପରିମାଣ ବିଶ୍ୱର ସବୁଠାରୁ ନିମ୍ନସ୍ତରରେ ରହିଛି। ଏହି ଯୋଜନା ଅଧୀନରେ ମାତ୍ର ୩ ଦଶମିକ ୫ ପ୍ରତିଶତ ଋଣ ଏନ୍.ପି.ଏ.ରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।












Click it and Unblock the Notifications