ଭାରତୀୟ ତଟରକ୍ଷୀ ବାହିନୀରରେ ସାମିଲ ହେଲା ସମୁଦ୍ର ପ୍ରତାପ'
ଭାରତ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭାରତୀୟ ତଟରକ୍ଷୀ ବାହିନୀର ବେଡ଼ାରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ପ୍ରଦୂଷଣ ନିୟନ୍ତ୍ରଣ ପୋତ 'ସମୁଦ୍ର ପ୍ରତାପ'କୁ ସାମିଲ କରିଛନ୍ତି । ଯଦିଓ ଏହି ଜାହାଜକୁ ମୁଖ୍ୟତଃ ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଡିଜାଇନ୍ କରାଯାଇଛି, କିନ୍ତୁ ଏହା ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ୍, ତଟୀୟ ପାଟ୍ରୋଲିଂ ଏବଂ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବାରେ ସମାନ ଭାବରେ ସକ୍ଷମ ।

ଗୋଆ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ 'ସମୁଦ୍ର ପ୍ରତାପ'ର ଲମ୍ବ ୧୧୪.୫ ମିଟର ଏବଂ ଓଜନ ପ୍ରାୟ ୪,୨୦୦ ଟନ୍ । ଏହାର ସର୍ବାଧିକ ଗତି ଘଣ୍ଟାକୁ ୨୨ ନଟ୍ରୁ ଅଧିକ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଗୋଟିଏ ପ୍ଲାଟଫର୍ମରେ ଏକାଧିକ କ୍ଷମତାର ସମନ୍ୱୟ ହିଁ ଆଜିର ସାମୁଦ୍ରିକ ଆହ୍ୱାନ ପାଇଁ ଆବଶ୍ୟକ । ଏହି ଜାହାଜରେ ୬୦%ରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହୃତ ହୋଇଛି, ଯାହା 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ବଡ଼ ସଫଳତା । ଏହା ଦର୍ଶାଉଛି ଯେ ଭାରତର ପ୍ରତିରକ୍ଷା ଶିଳ୍ପ ଏବେ ଜଟିଳ ଚ୍ୟାଲେଞ୍ଜଗୁଡ଼ିକୁ ସମ୍ଭାଳିବାରେ ସମ୍ପୂର୍ଣ୍ଣ ପରିପକ୍ୱ ହୋଇସାରିଛି ।
ଜନାଥ ସିଂ କହିଛନ୍ତି ଯେ ସାମୁଦ୍ରିକ ପ୍ରଦୂଷଣ ଏକ ଗମ୍ଭୀର ବିଶ୍ୱସ୍ତରୀୟ ଆହ୍ୱାନ ଭାବେ ଉଭା ହୋଇଛି, ଯାହା ମତ୍ସ୍ୟଜୀବୀଙ୍କ ଜୀବିକା ଏବଂ ଆଗାମୀ ପିଢ଼ିର ସୁରକ୍ଷା ଉପରେ ପ୍ରଭାବ ପକାଉଛି । ତେଣୁ ତଟରକ୍ଷୀ ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ଅଭିଯାନ ପ୍ରଶଂସନୀୟ । ଏହି ଜାହାଜ ଦେଶବାସୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏକ ନୂତନ ଭରସା ସୃଷ୍ଟି କରିଛି ।ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶତ୍ରୁମାନଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ତଟରକ୍ଷୀ ବାହିନୀ ଶତ୍ରୁଙ୍କ ମନରେ ଏଭଳି ଭୟ ସୃଷ୍ଟି କରିଛି ଯେ ଯଦି କେହି ଭୁଲରେ ବି ଭାରତର ସାମୁଦ୍ରିକ ସୀମା ଉପରେ ଖରାପ ନଜର ପକାଏ, ତେବେ ତଟରକ୍ଷୀ ବାହିନୀ ତାକୁ ଦେଖିବା ଲୋକ କରି ଛାଡ଼ିବ ନାହିଁ ।
ପରିଶେଷରେ ସେ କହିଥିଲେ ଯେ ସମୁଦ୍ର ହେଉଛି ଆମର ଅର୍ଥନୀତି ଓ ଭବିଷ୍ୟତର ଆଧାର । ଏକ ସୁରକ୍ଷିତ ଏବଂ ସ୍ୱଚ୍ଛ ସମୁଦ୍ର ହିଁ ସୁରକ୍ଷିତ ବାଣିଜ୍ୟ ଏବଂ ପରିବେଶର ଗ୍ୟାରେଣ୍ଟି ଦେଇଥାଏ । 'ସମୁଦ୍ର ପ୍ରତାପ' ଭାରତର ଏହି ସାମୁଦ୍ରିକ ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ ।












Click it and Unblock the Notifications