MUDA ‘scam’:ଇଡି ଜବତ କଲା ୧୦୦ କୋଟିର ଟଙ୍କାର ସମ୍ପତ୍ତି

ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୯୨ଟି ମୁଦା ସମ୍ପତ୍ତି ଜବତ କରିଛି। ପ୍ରାୟ ୧୦୦କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଜବତ ହୋଇଥିବା‌ ନେଇ ଇଡି ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ କରି ଅବଗତ କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ମୁଦା ଦୁର୍ନୀତି ମାମଲାରେ ପିଏମ୍‌ଏଲଏ ଅଧୀନରେ ଏହି ସମ୍ପତ୍ତି ଜବତ ହୋଇଛି। ଏଥିସହ ମୁଦା ଦୁର୍ନୀତି ମାମଲାରେ ମୋଟ୍‌ ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହେଲାଣି।

siddaramaiah

ପୂର୍ବରୁ ଏହି ମାମଲାରେ ୩୦୦ କୋଟି ଟଙ୍କାର ୧୬୦ଟି ମୁଦା ସାଇଟ୍ ଜବତ ହୋଇଥିଲା। ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଜୁନ୍‌ ୯ ତାରିଖରେ ଇଡି ଦ୍ବାରା ଜାରି ହୋଇଥିବା ସମ୍ପତ୍ତିଗୁଡ଼ିକ ମୁଦା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ରହିଛି। ଆ‌ଇପିସି, ୧୮୬୦ର ବିଭିନ୍ନ ଧାରା ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅଧୀନରେ ଲୋକାୟୁକ୍ତ ପୁଲିସ ଦ୍ବାରା ସିଦ୍ଦରମୈୟା‌ ଏବଂ ଅନ୍ୟମାନଙ୍କ ବି‌ରୋଧରେ ରୁଜୁ ହୋଇଥିବା ଏତଲା ଆଧାରରେ ଇଡି ଏହି ତଦନ୍ତ ଚଳାଇଛି। ତଦନ୍ତରୁ ଜଡ଼ାପଡ଼ିଛି ଯେ ମୁଦା ଜମି ଆବଣ୍ଟନରେ ବଡ଼ ଧରଣର ଦୁର୍ନୀତି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+