Get Updates
Get notified of breaking news, exclusive insights, and must-see stories!

ଇଡିକୁ ଲାଗିଲା ବଡ଼ ଝଟକା, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ମିଳିଲା ଆଶ୍ୱସ୍ତି

ମୈସୁର ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED )କୁ କର୍ଣ୍ଣାଟକ ହାଇକୋର୍ଟରୁ ଶୁକ୍ରବାର ବଡ଼ ଝଟକା ଲାଗିଛି। ଉଚ୍ଚ ନ୍ୟାୟାଳୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀ ବିଏମ ଓ ସହର ବିକାଶ ମନ୍ତ୍ରୀ ବି.ଏସ୍. ସୁରେଶଙ୍କୁ ଜାରି ଇଡିର ସମନକୁ ଖାରଜ କରିଦେଇଛନ୍ତି। ଇଡି ଅଭିଯୁକ୍ତ ଭାବେ ନାମିତ ହୋଇନଥିଲେ ମଧ୍ୟ ପଚରା ଉଚୁରା ପାଇଁ ମନ୍ତ୍ରୀଙ୍କୁ ସମନ କରିଥିଲା।

ହାଇକୋର୍ଟ ଜାନୁୟାରୀ ୨୭ ତାରିଖ ଦିନ ସମନ ଉପରେ ରୋକ ଲଗାଇଥିଲେ। ଏବେ ଶୁକ୍ରବାର ବିଚାରପତି ଜଷ୍ଟିସ୍ ଏମ.ନାଗ ପ୍ରସନ୍ନା ମନ୍ତ୍ରୀ ସୁରେସ ଓ ପାର୍ବତୀଙ୍କ ଆବେଦନ ଉପରେ ଏହି ରାୟ ଦେଇଛନ୍ତି। ପାର୍ବତୀ ବି.ଏମ.ଙ୍କ ଓକିଲ ସନ୍ଦେଶ ଚୌଟା ମାମଲାର ଇଡି ସମାନ୍ତରରେ ଯାଞ୍ଚ କରୁଥିବାର କହିଛନ୍ତି। କାରଣ ଏହି ମାମଲାରେ ଲୋକାୟୁକ୍ତ ପୋଲିସ ଓ ବିଶେଷ ତଦନ୍ତକାରୀ ଦଳ (SIT) ମଧ୍ୟ ଯାଞ୍ଚ କରୁଛନ୍ତି। ଅତିରିକ୍ତ ସୋଲିସିଟର ଜେନେରାଲ ଅରବିନ୍ଦ କାମତ କୋର୍ଟରେ ଇଡିର ପକ୍ଷ ରଖିଛନ୍ତି।

Siddaramaiah s

ସେ କହିଛନ୍ତି ପାର୍ବତୀ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ। ସେ ଅପରାଧରୁ ଆୟ ପ୍ରାପ୍ତ କରିଥିଲେ। ଏଥିରେ ମନ୍ତ୍ରୀ ସୁରେଶଙ୍କ ଓକିଲ ସି.ଭି.ନାଗେଶ କହିଥିଲେ ଯେ ତାଙ୍କ ମହକିଲ ଏହି ମାମଲାରେ ଅଭିଯୁକ୍ତ ନୁହନ୍ତି। ଏହି କାରଣରୁ ତାଙ୍କୁ ସମନ କରାଯିବା ଉଟିତ ନୁହେଁ। ଏଥିରେ ଅତିରିକ୍ତ ସୋଲିସିଟର ଜେନେରାଲ କହିଥିଲେ ଯେ ପିଏମଏଲଏ ଆଇନରେ ଇଡିଙ୍କୁ ତଥ୍ୟ ଓ ପ୍ରମାଣ ହାସଲ ନିମନ୍ତେ ଯେ କୌଣସି ବ୍ୟକ୍ତିଙ୍କୁ ଡକାଇବାର ଅଧିକାର ଦିଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+