ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ' ପ୍ରିଭ୍ୟୁ ରିଲିଜ୍

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଜୱାନ'ର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାପୂର୍ବରୁ କିଙ୍ଗ ଖାନଙ୍କ ଫିଲ୍ମ 'ପଠାନ 25 ଜାନୁଆରୀ 2023ରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ଏହି ଫିଲ୍ମ ଜବରଦସ୍ତ ଆୟ କରିବା ସହ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ପ୍ରଶଂସକ ଖୁବ ଶୀଘ୍ର ଶାହାରୁଖ ଖାନଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ପାଇବେ । କିଙ୍ଗ୍ ଖାନଙ୍କ ଫିଲ୍ମ 'ଜୱାନ'ର ପ୍ରିଭ୍ୟୁ ରିଲିଜ୍ ହୋଇଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଫିଲ୍ମର ଟିଜର ଆଜି ଅର୍ଥାତ୍ 10 ଜୁଲାଇରେ ମୁକ୍ତିଲାଭ କରିବାର ଥିଲା ହେଲେ ମେକର୍ସ ଦର୍ଶକଙ୍କୁ ଦେଇଛନ୍ତି ଉପହାର । ଟିଜର ପୂର୍ବରୁ ନିର୍ମାତାମାନେ 'ଜୱାନ'ର ପ୍ରିଭ୍ୟୁ ରିଲିଜ୍ କରିଛନ୍ତି । ଯାହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଯାଇଛି ।

 Jawan

ଫିଲ୍ମ 'ଜୱାନ'ର ପ୍ରିଭ୍ୟୁର ଏକ ଦୃଶ୍ୟରେ ଶାହାରୁଖ ଖାନଙ୍କ ମୁହଁ ଏବଂ ମୁଣ୍ତରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବାର ଦେଖିବା ପାଇଁ ମିଳୁଛି । ଯାହାକୁ ବେଶ୍ ନାକକିଏୟ ଅନ୍ଦାଜରେ କିଙ୍ଗ୍ ଖାନ ଖୋଲୁଥିବାର ଦେଖିବା ପାଇଁ ମିଳୁଛି । ଲୋକେ ତାଙ୍କର ଏହି ଲୁକ୍ ଦେଖି ବହୁ ଆଶ୍ଚର୍ଯ୍ୟ ଏବଂ ଉତ୍ସାହିତ ଅଛନ୍ତି । ସୋସିଆଲ ମିଡିଆରେ 'ଜୱାନ'ର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଏବଂ କିଙ୍ଗ୍ ଖାନ ସାଉଁଟୁଛନ୍ତି ପ୍ରଶଂସା ।

ଫିଲ୍ମ 'ଜୱାନ'ର ପ୍ରିଭ୍ୟୁରେ ଶାହାରୁଖ ଖାନଙ୍କୁ ଭିଲେନ୍ ଭୂମିକାରେ ଦେଖିବା ପାଇଁ ମିଳୁଛି । 'ଜୱାନ' ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । କିଙ୍ଗ୍ ଖାନଙ୍କୁ ଏହି ଫିଲ୍ମକୁ ତାଙ୍କ ପତ୍ନୀ ଗୌରୀ ଖାନ ପ୍ରସ୍ତୁତ କରିଛନ୍ତି ।

ଏହି ଆକ୍ସନ ଫିଲ୍ମରେ ବିଜୟ ସେତୁପତି, ନୟନତାରା, ଦୀପିକା ପାଦୁକୋଣଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ପ୍ରିଭ୍ୟୁରେ ସମସ୍ତଙ୍କ ଅନ୍ଦାଜ୍ ଦର୍ଶକଙ୍କୁ ମତୁଆଲା କରୁଛି । କିଛି ଫ୍ୟାନ୍ସ କିଙ୍ଗ୍ ଖାନଙ୍କ ଏହି ଫିଲ୍ମକୁ ସୁପରହିଟ୍ ବୋଲି କହିବା ଆରମ୍ଭ କରିଦେଲେଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+