'ଗତ ୧୦ ବର୍ଷରେ ଏମ୍.ଏସ୍.ଏମ୍.ଇ. କ୍ଷେତ୍ରରେ ଦେଶରେ ୨୮ କୋଟିରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି'
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୦ ବର୍ଷ ମଧ୍ୟରେ ଦେଶ ବ୍ୟାପି ୨୮ କୋଟିରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଛି । ଆଜି ମୁମ୍ବାଇ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ର ଏମ୍.ଏସ୍.ଏମ୍.ଇ. ମନ୍ତ୍ରୀ ଜିତନ ରାମ ମାନ୍ଝୀ ଏହି ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି ଦିଆଯାଇଛି । ସେଥିମଧ୍ୟରୁ କେବଳ ଗ୍ରାମାଞ୍ଚଳରେ ୮୦ ପ୍ରତିଶତ ସୁଯୋଗ ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି ।
ଶ୍ରୀ ମାନ୍ଝୀ କହିଛନ୍ତି, ଦେଶର ସାମଗ୍ରୀକ ଘରୋଇ ଉତ୍ପାଦ କ୍ଷେତ୍ରରେ ତାଙ୍କ ମନ୍ତ୍ରଣାଳୟର ପ୍ରାୟ ୩୦ ପ୍ରତିଶତ, ବିନିର୍ମାଣ କ୍ଷେତ୍ରରେ ୩୫ ଦଶମିକ୍ ୪ ପ୍ରତିଶତ ଏବଂ ସାମଗ୍ରୀକ ରପ୍ତାନୀ କ୍ଷେତ୍ରରେ ୪୫ ଦଶମିକ୍ ୭/୩ ପ୍ରତିଶତ ଅବଦାନ ରହିଛି । ଗତ ୫ ବର୍ଷ ମଧ୍ୟରେ ଦେଶରେ ପଞ୍ଜୀକୃତ ଏମ୍.ଏସ୍.ଏମ୍.ଇ. ୟୁନିଟ୍ର ସଂଖ୍ୟା ପ୍ରାୟ ୫ ଗୁଣା ବୃଦ୍ଧି ପାଇ ବର୍ତ୍ତମାନ ୬ କୋଟି ୫୩ ଲକ୍ଷରେ ପହଞ୍ôଚଛି ।

ସେହିଭଳି ଗତ ପାଞ୍ଚ ବର୍ଷ ମଧ୍ୟରେ ଏହିଭଳି ୟୁନିଟ୍କୁ ୪ ଗୁଣ ଅଧିକ ଋଣ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମାନ୍ଝୀ କହିଛନ୍ତି । ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ପି.ଏମ୍. ବିଶ୍ୱକର୍ମା ଯୋଜନାର ସଫଳତା ଉପରେ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି ।












Click it and Unblock the Notifications