ପତ୍ର ସୂଚନା କାର୍ଯ୍ୟାଳୟ (PIB)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶେଫାଲି ଶରଣ

ଶ୍ରୀ ମନୀଷ ଦେଶାଇଙ୍କ ଅବସର ପରେ ଶ୍ରୀମତୀ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ଶରଣ ହେଉଛନ୍ତି ୧୯୯୦ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ ।

ତିନି ଦଶନ୍ଧିରୁ ଅଧିକ ସମୟର ଏକ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ସେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ ଅଧିକାରୀ ଭାବରେ ମୁଖ୍ୟତଃ ଗଣମାଧ୍ୟମ ପ୍ରଚାର କାର୍ଯ୍ୟର ଦାୟିତ୍ୱ ତୁଲାଇଛନ୍ତି । ସେ ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Sheyphali Sharan

ଏହା ବ୍ୟତୀତ ସେ କେନ୍ଦ୍ରୀୟ କର୍ମଚାରୀ ନିଯୁକ୍ତି ଯୋଜନା ଡେପୁଟେସନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (ପାରମ୍ପରିକ ଚିକିତ୍ସା ପଦ୍ଧତି/ଆୟୁଷ ବିଭାଗ (୨୦୦୨-୨୦୦୭) ଏବଂ ଅର୍ଥ ମନ୍ତ୍ରଣାଳୟ (ଆର୍ଥିକ ବ୍ୟାପାର ବିଭାଗ ୨୦୧୩-୨୦୧୭)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ନୀତି ବିଭାଗରେ ଓଏସଡି କ୍ୟାଡର ପଦବୀରେ କାର୍ଯ୍ୟ କରିବା ସହିତ ୨୦୦୭-୨୦୦୮ ପର୍ଯ୍ୟନ୍ତ ଏଲଏସଟିଭି, ଲୋକସଭା ସଚିବାଳୟର ପ୍ରଶାସନିକ ଓ ଅର୍ଥ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ଶରଣଙ୍କୁ ପତ୍ର ସୂଚନା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+