ଆସନ୍ତା ଅଧିବେଶନରୁ ଅନଲାଇନ ଆଟେଣ୍ଡାନ୍ସ ଦେବେ ସାଂସଦ

ଏଣିକି ଅନଲାଇନରେ ଆଟେଣ୍ଡାନ୍ସ ପକେଇବେ ସାଂସଦ । ପ୍ରଯୁକ୍ତି ବିଦ୍ୟାକୁ ଆପଣାଉଛି ଲୋକସଭା । ସଂସଦୀୟ ପ୍ରକ୍ରିୟାକୁ ଆଧୁନିକୀକରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଲୋକସଭାରେ ସାଂସଦମାନେ ଏକ ନୂତନ ମଲ୍ଟି-ମିଡିଆ ଡିଭାଇସ୍ (MMD) ସିଷ୍ଟମ୍ ବ୍ୟବହାର କରି ସେମାନଙ୍କର ନିର୍ଦ୍ଧାରିତ ଆସନରୁ ଅନଲାଇନରେ ସେମାନଙ୍କର ଉପସ୍ଥିତି ଚିହ୍ନଟ କରିବା ଆରମ୍ଭ କରିଛନ୍ତି । ଆସନ୍ତା ଅଧିବେଶନରୁ ଇଲେକ୍ଟ୍ରୋନିକ ଟାବଲେଟ ଓ ଡିଜିଟାଲ ପେନ ମାଧ୍ୟମରେ ଅନଲାଇନ ଆଟେଣ୍ଡାନ୍ସ ଦେବେ ସାଂସଦ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉଦ୍ୟମରେ 'ପେପରଲେସ ପାର୍ଲାମେଣ୍ଟ' ପଦକ୍ଷେପର ଅଂଶ ବିଶେଷ ଭାବେ ଏହା କରାଯାଉଛି । ଏହି ପଦକ୍ଷେପ ପାର୍ଲାମେଣ୍ଟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି କରିବ।

provide online

ଲୋକସଭା ଲବିରେ ୪ଟି କାଉଣ୍ଟରରେ ଇଲେକ୍ଟ୍ରୋନିକ ଟାବଲେଟ ରହିବ । ସେଥିରେ ସାଂସଦମାନେ ନିଜର ନାମ ଡ୍ରପ-ଡାଉନ ମେନୁରୁ ବାଛି ଡିଜିଟାଲ ପେନ ଦ୍ୱାରା ସ୍ୱାକ୍ଷର କରି ନିଜର ଉପସ୍ଥିତି ପଞ୍ଜୀକରଣ କରିବେ। ଏହା ପରେ 'ସବମିଟ' ବଟନ ଦବାଇ ଉପସ୍ଥିତ ଥିବାର ଜଣାଇବେ । ଆଟେଣ୍ଡାନ୍ସ ପାଇଁ ସାଂସଦମାନେ ଚାହିଁଲେ ଡିଜିଟାଲ କାର୍ଡ ବ୍ୟବହାର କରିପାରିବେ , ଟିପ ଚିହ୍ନ ଦେଇପାରିବେ ଓ ପିନ୍ ମଧ୍ୟ ଲେଖିପାରିବେ ।

ନିର୍ଦ୍ଧାରିତ ସିଟରେ ବସି ସାଂସଦମାନେ ମଲଟିମିଡିଆ ଡିଭାଇସ୍ ବା MMD ମାଧ୍ୟମରେ ଉପସ୍ଥିତି ଜଣାଇପାରିବେ । ଏହା ପୂର୍ବରୁ ସାଂସଦମାନେ ରେଜିଷ୍ଟରରେ ଦସ୍ତଖତ କରି ଉପସ୍ଥାନ ଦେଉଥିଲେ । ଏଥପାଇଁ ସେମାନଙ୍କୁ ଧାଡିରେ ଛିଡା ହେବାକୁ ପଡୁଥିଲା । କିନ୍ତୁ ଏହି ଡିଜିଟାଲ୍ ଆଟେଣ୍ଡାନ୍ସରେ ଆଉ ସେମାନଙ୍କୁ ଧାଡିରେ ଛିଡା ହେବାକୁ ପଡିବନି । ଅନାୟସରେ ସେମାନେ ଆଟେଣ୍ଡାନ୍ସ ଦେଇପାରିବେ । ଏହାଦ୍ୱାରା ସେମାନଙ୍କ ସମୟ ମଧ୍ୟ ବଞ୍ଚିବ ।

ସଂସଦକୁ ପେପରଲେସ୍ କରିବାକୁ ବାଚସ୍ପତି ଓମ୍ ବିର୍ଲା ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ସାଂସଦମାନଙ୍କ ସିଟରେ ଲାଗିଥିବା ଟାବଲେଟରେ ସଂସଦର ଡକ୍ୟୁମେଣ୍ଟ ଓ ଦିନର ଏଜେଣ୍ଡା ଉପଲବ୍ଧ ହେଉଥିଲା । ଏବେ ଏଥିରେ ଆଟେଣ୍ଡାନ୍ସ ମଧ୍ୟ ଦେଇହେବ । ଗୋଟିଏ ଟାବଲେଟରେ ଦୁଇ ପ୍ରକାର କାମ ହୋଇପାରିବ ।

ଆଟେଣ୍ଡାନ୍ସ ଦେବାରେ ସାଂସଦମାନଙ୍କୁ ସହାୟତା କରିବାକୁ ସବୁ କାଉଣ୍ଟରରେ ନ୍ୟାସନାଲ୍ ଇନଫର୍ମାଟିକ୍ସ ସେଣ୍ଟରର ଇଞ୍ଜିନିୟରମାନଙ୍କୁ ନିୟୋଜିତ କରାଯିବ । ସାଂସଦମାନଙ୍କ ଆଟେଣ୍ଡାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ଏହି ଆଟେଣ୍ଡାନ୍ସ ଆଧାରରେ ସେମାନଙ୍କୁ ଅଧିବେଶନ ସମୟରେ ଦୈନିକ ଆଲାଉନ୍ସ ମିଳିବ । ବର୍ଷକୁ ପ୍ରାୟ ୭୦ ଦିନ ଅଧିବେଶନ ବସେ । ଦିନକୁ ସାଂସଦମାନେ ପ୍ରାୟ ଦୁଇ ତିନି ମିନିଟ୍ ଆଟେଣ୍ଡାନ୍ସ ପାଇଁ ଧାଡିରେ ଛିଡା ହେଉଥିଲେ । ଏବେ ଏହା ଆଉ ହେବନି । ସେମାନେ ପ୍ରାୟ ସାଢ଼େ ତିନି ଘଣ୍ଟା ଅଧିକ ସମୟ ପାଇବେ । ଏହି ଅଧିକ ସମୟ ସେମାନେ ସଂସଦରେ ଭାଗ ନେଇପାରିବେ । ଡିଜିଟାଲ ଇଣ୍ଡିଆ ଓ ଗଭର୍ଣ୍ଣାନାନ୍ସ ଆଧୁନିକୀକରଣର ଏହା ଅଂଶ ବିଶେଷ । ଏହାଦ୍ୱାରା ସଂସଦ ଓ ସାଂସଦମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+