ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ସନ୍ଦିଗ୍ଧ ଯୁବକଙ୍କ ରିପୋର୍ଟ ପଜିଟିଭ୍: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ଅନୁସନ୍ଧାନ ପରେ ଏହା ନିଶ୍ଚିତ ହୋଇଛି ଯେ ସେ ମଙ୍କିପକ୍ସରେ ସଂକ୍ରମିତ। ଯୁବକ ଜଣଙ୍କ ମକ୍ସିପକ୍ସ ଚିହ୍ନଟ ହୋଇଥିବା ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଏକାନ୍ତବାସରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି।
ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି। ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗତ ୮ ତାରିଖରେ କହିଥିଲେ, ଜଣେ ଯୁବକଙ୍କ ନିକଟରେ ମଙ୍କିପକ୍ସର ସନ୍ଦିଗ୍ଧ ମାମଲା ଦେଖିବାକୁ ମିଳିଥିଲା।

ଏହି ଯୁବକ ଜଣକ ନିକଟରେ ମକ୍ସିପକ୍ସ ଚିହ୍ନଟ ହୋଇଥିବା ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି। ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି।
କରୋନା ପରେ ମଙ୍କିପକ୍ସ ଏବେ ସଭିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିମାନବନ୍ଦରଗୁଡ଼ିକରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କଡ଼ାକଡ଼ି ପରୀକ୍ଷା କରାଯାଉଛି। ମଙ୍କିପକ୍ସ ସହ ମୁକାବିଲା କରିବାକୁ ସ୍ବାସ୍ଥ୍ୟ ବିଭାଗ ପୂରା ସତର୍କ ବୋଲି ବିଜୟ ମହାପାତ୍ର ଲୋକଙ୍କୁ ଆଶ୍ବସ୍ତ କରାଇଛନ୍ତି। ଏହାଛଡ଼ା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ସୋମବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏକ ପରାମର୍ଶ ପତ୍ର ଜାରି କରିଛନ୍ତି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିବୃତ୍ତି ଅନୁଯାୟୀ, ୨୦୨୨ପରଠାରୁ ୧୧୬ଟି ଦେଶରେ ୯୯,୧୭୬ଟି ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୨୦୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ ସଂକ୍ରମିତ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମାମଲା ସଂଖ୍ୟା ଗତ ବର୍ଷର ମୋଟ ସଂଖ୍ୟାକୁ ଅତିକ୍ରମ କରିଛି।












Click it and Unblock the Notifications