ଦେଶରେ ବୃଦ୍ଧି ପାଉଛି ମଙ୍କିପକ୍ସ, ରାଜ୍ୟମାନଙ୍କ ଲାଗି ନିୟମାବଳୀ ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ । ଆଜି ଦେଶରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ସରକାରଙ୍କ ତରଫରୁ ସ୍ପଷ୍ଟ ହୋଇଛି । ତେବେ ଏହି ବ୍ୟକ୍ତି ଜଣକ ଆଇସୋଲେଟେଡ ଥିବା ବେଳେ ଏହା ଷ୍ଟ୍ରେନ୍ ଅପେକ୍ଷା ଭିନ୍ନ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସରକାର ।
ତେବେ ଏ ନେଇ ହେଲ୍ଥ ଇମରଜେନ୍ସି ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟ ଦେଶରୁ ଭାରତକୁ ଆସିଥିବା ବେଳେ ଏହି ବ୍ୟକ୍ତି ଜଣକ ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏକ ପଜିଟିଭ୍ ଖବର ଆସିବା ପରେ ପରେ କେନ୍ଦ୍ର ସରକାର ସତର୍କ ହୋଇ ରାଜ୍ୟମାନଙ୍କୁ ଗାଇଡଲାଇନ ଜାରି କରିଛନ୍ତି । ଏହି ବିପଜ୍ଜନକ ରୋଗର ଭୂତାଣୁ ଆଫ୍ରିକାରୁ ୟୁରୋପ ଓ ଆମେରିକାକୁ ବ୍ୟାପିଛି। ଏବେ ଭାରତ ମଧ୍ୟ ଏହି ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟର ଶିକାର ହୋଇପାରେ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ସୋମବାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଗୋଷ୍ଠୀ ସ୍ତରରେ ମଙ୍କିପକ୍ସର ସମସ୍ତ ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଂ ଓ ପରୀକ୍ଷା କରିବା ଏବଂ ଉଭୟ ସନ୍ଦିଗ୍ଧ ଓ ନିଶ୍ଚିତ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଇସୋଲେସନ ସୁବିଧା ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ସୋମବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଗୁଜବକୁ ରୋକିବାକୁ କହିଛନ୍ତି। ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି।












Click it and Unblock the Notifications