ଦିଲ୍ଲୀ ପରେ କେରଳରୁ ଚିହ୍ନଟ ହେଲେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ

ତିରୁବନନ୍ତପୁରମ: ଭାରତରେ ଚିହ୍ନଟ ହୋଇଛନ୍ତି ଦ୍ୱିତୀୟ ମଙ୍କିପକ୍ସ ବା ଏମ୍‌ପକ୍ସ ଆକ୍ରାନ୍ତ। ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଗତ ୯ ତାରିଖରେ ଚିହ୍ନଟ ହୋଇଥିବା ବେଳେ ତା'ର ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ପରେ ମଙ୍କିପକ୍ସ ମାମଲା କେରଳରୁ ଆସିଛି |

କେରଳର ସ୍ୱାସ୍ଥ୍ୟ ଅଧିକାରୀ ବୁଧବାର କହିଛନ୍ତି ଯେ କେରଳର ମାଲାପୁରାମରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏମପକ୍ସ ମାମଲା ନିଶ୍ଚିତ ହୋଇଛି। ଦୁବାଇରୁ ଫେରିଥିବା ଜଣେ ଯୁବକଙ୍କ ପାଖରେ ଏମପକ୍ସ ଲକ୍ଷଣ ହେତୁ କେରଳର ମାଲାପୁରାମ ଜିଲ୍ଲାର ମଞ୍ଜେରୀସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କିଛି ଦିନ ପୂର୍ବେ କେରଳର ମାଲାପୁରାମ ଜିଲ୍ଲାର ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କଠାରେ ଏମପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ପରେ ଯୁବକଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପରେ କେରଳରେ ଏହି ମାମଲା ଭାରତରେ ଦ୍ୱିତୀୟ ମାମଲା ହେବ।

Mpox

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଜଣେ ୩୮ ବର୍ଷୀୟ ଯୁବକ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘର ମାଲାପ୍ପୁରମରେ। ସେ ୟୁଏଇରୁ ଫେରିବା ପରେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏକାନ୍ତବାସରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ପ୍ରକାର ମେଡିକାଲ ପ୍ରୋଟୋକଲରେ ତାଙ୍କ ଚିକିତ୍ସା ଚାଲିଛି। ରାଜ୍ୟରେ କୌଣସି ବ୍ୟକ୍ତି ନିଜ ଶରୀରରେ ମଙ୍କିପକ୍ସର ଲକ୍ଷଣ ସନ୍ଦେହ କଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+