ରାହୁଲଙ୍କ ବୈଠକକୁ ଗଲେ ନାହିଁ କଂଗ୍ରେସ ସାଂସଦ ଶଶି ଥରୁର, କହିଲେ ଏହି କାରଣ
ରାହୁଲଙ୍କ ବୈଠକରେ ପୁଣି ଯୋଗ ଦେଲେନି ଶଶି ଥରୁର। ଚଳିତ ସଂସଦ ଅଧିବେଶନରେ ଦଳର ପ୍ରଦର୍ଶନ ସମୀକ୍ଷା କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ। ବୈଠକରେ ସାଂସଦ ଶଶି ଥରୁର ଯୋଗ ଦେବେ କି ନାହିଁ ତା' ଉପରେ ସମସ୍ତଙ୍କ ନଜର ରହିଥିଲା। ଶଶି ଥରୁର ଯୋଗ ଦେଇ କଂଗ୍ରେସର ପ୍ରଦର୍ଶନ ଉପରେ କ'ଣ ମତ ରଖିବେ, ତାହା ଜାଣିବାକୁ ଉତ୍ସାହିତ ଥିଲେ ଲୋକେ। ହେଲେ ଗତଥର ଭଳି ଏଥର ମଧ୍ୟ ବୈଠକରେ ଯୋଗ ଦେଇନଥିଲେ ଶଶି ଥରୁର। କେରଳ, ତିରୁବନନ୍ତପୁରମର ସାଂସଦ ଶଶି ଥରୁର ଏଭଳି କରି ଏବେ ଚର୍ଚ୍ଚା ଆହୁରି ବଢ଼ାଇଛନ୍ତି। ଅନେକ ଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିବା ବେଳେ ପ୍ରକୃତରେ ଶଶି କାହାର ସମର୍ଥନ ବୋଲି ଲୋକେ ପ୍ରଶ୍ନ କରିସାରିଛନ୍ତି।

ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ୩ଥର ଶଶି ଥରୁର କଂଗ୍ରେସ ବୈଠକରେ ଅନୁପସ୍ଥିତ ରହିଛନ୍ତି। ତେବେ ସେ ଏହାର କାରଣ ମଧ୍ୟ ଜଣାଇଥିବା ସାମ୍ନାକୁ ଆସିଛି।
ଥରୁର କେବେ ଯୋଗ ଦେଇ ନଥିଲେ?
୧. ନଭେମ୍ବର ୧୮ ତାରିଖରେ SIR ଉପରେ ରାହୁଲ-ଖଡଗେଙ୍କ ବୈଠକ: ଅସୁସ୍ଥତା ଦର୍ଶାଇ ଯୋଗ ଦେଇ ନଥିଲେ।ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ପ୍ରଶଂସା କରିଥିଲେ।
୨. ନଭେମ୍ବର ୩୦ ତାରିଖରେ ସଂସଦୀୟ ରଣନୀତି ପ୍ରସ୍ତୁତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଗ ଦେଇନଥିଲେ। କାରଣ ସେ ତାଙ୍କ ମାଆଙ୍କ ସହ କେରଳରେ ଥିଲେ।
୩. ଡିସେମ୍ବର ୧୨ ତାରିଖରେ ଲୋକସଭା ସାଂସଦମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ବୈଠକ। କେରଳରେ ଥିବା ଯୋଗୁଁ ଯୋଗ ଦେଇପାରିବିନି କହିଥିଲେ।












Click it and Unblock the Notifications