ଝୁଟ୍ ବୋଲେ କୌୱା କାଟେ : ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ
Raghav Chadha Attacked By Crow: ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ । ସୋସିଆଲ ମିଡିଆରେ ହେଲା ଫଟୋ ଭାଇରଲ୍ । ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ରାଘବଙ୍କୁ ଏକ କାଉ ବାରମ୍ବାର ଆଘାତ କରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

झूठ बोले कौवा काटे 👇
आज तक सिर्फ सुना था, आज देख भी लिया कौवे ने झूठे को काटा ! pic.twitter.com/W5pPc3Ouab
— BJP Delhi (@BJP4Delhi) July 26, 2023
ସେହିପକି ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର୍ ପାଲ୍ ସିଂହ ବାଗା ଫଟୋ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମାନ୍ୟବର ସାଂସଦ ରାଘବ ଚଢାଙ୍କୁ କାଉ ଆକ୍ରମଣ ଖବର ଶୁଣି ମୋ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଛି । ଆଶାକରେ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବ'।
माननीय सांसद @raghav_chadha जी पे कौवे द्वारा हमले की खबर से ह्रदय बहुत व्यथित हैं । आशा हैं आप स्वस्थ होंगे । pic.twitter.com/o3Iy4HABFs
— Tejinder Pall Singh Bagga (@TajinderBagga) July 26, 2023
ମୌସୁମୀ ଅଧିବେଶନରେ ମଣିପୁର ହିଂସା କାଣ୍ତ ପାଇଁ ମୋଦିଙ୍କ ବିବୃତି ଦାବି କରିବା ସହ ଅନାସ୍ଥା ପ୍ରସ୍ତାବ ପାଇଁ ବିରୋଧି ଏକାଠି ହୋଇଛନ୍ତି । ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତିକୁ ଗୁରୁତର ସହ ନେବା ସହ ଗୁରୁବାର ଦିନ ଆଲୋଚନା କରିବା ନେଇ ପ୍ରତିଶୃତି ଦେଇଛନ୍ତି ବାଚସ୍ପତି ।












Click it and Unblock the Notifications