ଓଡ଼ିଶା ଫେରିଲେ ପ୍ରତାପ ଷଡ଼ଙ୍ଗୀ, ରାହୁଲଙ୍କୁ ନେଇ ଏମିତି କିଛି କହିଲେ ...
ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ସେ ସାମ୍ୱାଦିକଙ୍କୁ ପ୍ରଶ୍ନ କରିଛନ୍ତି, କୌଣସି ସାଂସଦ ଏଭଳି ଅଶୋଭନୀୟ ଆଚରଣ କରନ୍ତି କି? ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ୍ ଜବାବ ଦିଆଯାଉ। ବିରୋଧୀ ଦଳ ନେତାଙ୍କର ଗରିମାମୟ ପଦରେ ରାହୁଲ ଗାନ୍ଧୀଙ୍କ ଭଳି ନେତା ବସିବା ଦେଶର ଦୁର୍ଭାଗ୍ୟ ବୋଲି କହିଛନ୍ତି। କିଏ ମିଛ କହିଛି, କିଏ ସତ କହୁଛି, ତାହା ସିସି ଟିଭି କହିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଡିସେମ୍ବର ୧୯ ତାରିଖ ଗୁରୁବାର ଦିନ ସଂସଦରେ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଠେଲା ପେଲା ହୋଇଥିଲା । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଠେଲି ଦେବାରୁ ପ୍ରତାପ ଷଡଙ୍ଗୀଙ୍କର ମୁଣ୍ଡ ଫାଟିଯାଇଥିବା ଅଭିଯୋଗ ହୋଇଥିଲା । ତେବେ ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଏବେ ସେ ସୁସ୍ଥ ହୋଇ ଫେରିଛନ୍ତି ।












Click it and Unblock the Notifications