Get Updates
Get notified of breaking news, exclusive insights, and must-see stories!

Breaking News: ସାଂସଦଙ୍କୁ ଧକ୍କା ମାରିଲେ ରାହୁଲ୍ ଗାନ୍ଧୀ, ପ୍ରତାପ ଷଡ଼ଙ୍ଗୀ ଆହତ

Breaking News: ସଂସଦ ସିଢିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆହତ । ସାଂସଦଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ନେଇ ସୂଚନା ରହିଛି । ପ୍ରବଳ ରକ୍ତସ୍ରାବ ହେଉଥିବାରୁ ସାଂସଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

BJP s Pratap Sarangi injured

ସୂଚନାଅନୁସାରେ,ଗୃହରେ ଠେଲାପେଲା ପରେ ଜଣେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ । ଅନ୍ୟପକ୍ଷରେ ସାଂସଦ ପ୍ରତାପ ଷଡଙ୍ଗୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଠେଲି ଦେଇଛନ୍ତି। ତେବେ ସଂସଦ ପ୍ରବେଶ ପଥରେ ବିକ୍ଷୋଭ ଚାଲିଥିବା ବେଳେ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ ଯାହା ପରେ ଜଣେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡଯାଇଥିଲେ । ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଛି, ପରେ ତାଙ୍କୁ ହ୍ୱିଲଚେୟାରରେ ବସାଇ ଡାକ୍ତରଖାନା ନିଆଯାଇଛି ।

ଏହି ଘଟଣାକୁ ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସାଂସଦ ମାନେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଜାଣି ଧକ୍କା ଦିଆଯାଇଥିଲା । ତେବେ ଏପରି ଘଟଣା ପରେ ଉଭୟ ଗୃହ ଦିନ ୨ଟା ଯାଏଁ ମୂଲତବୀ କରାଯାଇଛି ।

ତେବେ ଏନେଇ ରାହୁଲ କହିଛନ୍ତି କି ''ବିଜେପି ସାଂସଦମାନେ ତାଙ୍କ ରାସ୍ତା ଅବରୋଧ କରୁଥିବା ଦ୍ୱାର ନିକଟରେ ଛିଡା ହୋଇଥିଲେ। ସେମାନେ ମୋତେ ଠେଲିଦେବା ସହ ଧମକାଉଥିଲେ ମଧ୍ୟ।'' ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ।

ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+