ଜେଡିଏସରୁ ନିଲମ୍ବିତ ହେଲେ ସାଂସଦ ପ୍ରଜ୍ୱଳ ରେଭାନ୍ନା, କର୍ଣ୍ଣାଟକ ପୋଲିସକୁ ତିନିଦିନ ଭିତରେ ରିପୋର୍ଟ ମାଗିଲେ ଜାତୀୟ ମହିଳା ଆୟୋଗ

ଜନତା ଦଳ ତଥା ଜେଡିଏସ୍‌ରୁ ନିଲମ୍ବିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହସନ ସାଂସଦ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ରହିଛି। ବର୍ତ୍ତମାନ ସେ ଦେଶ ବାହାରେ ଅଛନ୍ତି।

Prajwal Revanna

କଣ୍ଣାଟକର ହୁବଳିରେ ଆଜି ଜେଡିଏସ୍‌ର ଏକ କୋର୍ କମିଟି ବୈଠକ ବସିଥିଲା। ଏଥିରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେପଟେ ଅଶ୍ଳୀଳ ଭିଡିଓ ମାମଲାରେ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। କର୍ଣ୍ଣାଟକର ହସନ ସାଂସଦ ତଥା ଏନ୍‌ଡିଏର ପ୍ରାର୍ଥୀ ପ୍ରଜ୍ଜଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏନେଇ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି।

୩୪ ବର୍ଷୀୟ ଏହି ସାଂସଦ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ତାଙ୍କୁ ନେଇ ଉଭୟ ବିଜେପି ଏବଂ ଜେଡିଏସ୍ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଣ ପ୍ରଜ୍ଜ୍ୱଳ ହାସନ ଲୋକସଭା ଆସନରୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଅଛନ୍ତି। ଏଚ୍‌ଡି ରେଭାନ୍ନା ଏବଂ ପୁଅ ପ୍ରଜ୍ଜ୍ୱଳଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ରୂପେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଆଉ ଏକ ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି।

ସେପଟେ ଲୋକସଭା ସଦସ୍ୟ ପପ୍ରଜ୍ଜ୍ଵଳ ରେଭାନ୍ନାଙ୍କ ସହ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ କର୍ଣ୍ଣାଟକ ପୋଲିସ ଠାରୁ ତିନି ଦିନ ମଧ୍ୟରେ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ରିପୋର୍ଟ ମାଗିଛନ୍ତି। ସୋସିଆଲ ମିଡିଆରେ ଏହି ମାମଲା ସହ ଜଡିତ ଅନେକ ଭିଡିଓ ପ୍ରକାଶ ପାଇବା ପରେ ଆୟୋଗ କର୍ଣ୍ଣାଟକ ମହାନିର୍ଦ୍ଦେଶକ ପୋଲିସକୁ ଏକ ଚିଠି ଲେଖିଛନ୍ତି। ଭିଡିଓରେ ଦର୍ଶାଯାଇଛି ଯେ ରେଭାନ୍ନା ଏକାଧିକ ମହିଳାଙ୍କ ବିରୋଧରେ ଯୌନ ଶୋଷଣ କାର୍ଯ୍ୟରେ ଜଡିତ ଥିଲେ। ଅଭିଯୁକ୍ତକୁ ଗିରଫ କରିବା ପାଇଁ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆୟୋଗ ଅନୁରୋଧ କରିଛନ୍ତି। କୁହାଯାଉଛି ଯେ ପ୍ରଜାୱାଲ ଦେଶ ଛାଡି ପଳାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+