ଦୁର୍ଘଟଣାରେ ଗୁରୁତର ହେଲେ ସାଂସଦ ମହୁଆ ମାଂଝୀ, ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିଲେ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସାଂସଦ ମହୁଆ ମାଝୀଙ୍କ ଗାଡି ଦୁର୍ଘଟଣା । ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ରାଞ୍ଚିର ରିମ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବୁଧବାର (26 ଫେବୃଆରୀ) ଭୋର ପ୍ରାୟ 4 ଟା ସମୟରେ ଏହି ଘଟଣା ଘଟିଛି। ଜେଏମ୍ଏମ୍ର ରାଜ୍ୟସଭା ସାଂସଦ ମହୁଆ ମାଂଝୀ ମହାକୁମ୍ଭରେ ବୁଡ଼ ପକାଇବା ପରେ ପ୍ରୟାଗରୁ ଫେରୁଥିଲେ। ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ। ଜାତୀୟ ରାଜପଥ -39 ର ଲାଟେହାରର ହଟୱାଗ ଗ୍ରାମରେ ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ଗାଡିର ଆଗ ଭାଗ ଭାଙ୍ଗିଯାଇଛି। ମହୁଆ ମାଂଝୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି ରିଏମ୍ଏସ୍ ରେଫର୍ କରାଯାଇଛି।












Click it and Unblock the Notifications