ମଧ୍ୟପ୍ରଦେଶରେ ପୁଣି ସରକାର ଗଢିପାରେ କଂଗ୍ରେସ, 100 ଆସନ ତଳକୁ ଖସିବ ବିଜେପି- ସର୍ଭେ
MP Assembly Election Pre-Poll Survey: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତି ସେତିକି ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, ଉଭୟ ଏଥର ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେପି-କଂଗ୍ରେସ ଉଭୟ ନିଜ ନିଜ ବିଜୟ ଦାବି କରୁଛନ୍ତି ।
ହେଲେ ଏହା ଉପରେ ଜନସାଧାରଣଙ୍କ ମତାମତ କ'ଣ ଏବଂ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମଧ୍ୟପ୍ରଦେଶ ପ୍ରି- ପୋଲ୍ ସର୍ଭେ ପ୍ରକାଶ ପାଇଛି । ଲୋକ ପୋଲ୍ ଏଜେନ୍ସି କରିଥିବା ସର୍ଭେ ଅନୁସାରେ ଏଥର ପୁଣି ମଧ୍ୟପ୍ରଦେଶରେ ସରକାର ଗଠନ କରିପାରେ କଂଗ୍ରେସ । ତେବେ ଚାଲନ୍ତୁ ଦେଖିବା ସର୍ଭେ ଅନୁସାରେ, କେଉଁ ଦଳ ହାତେଇବ କେତେ ଆସନ ।
After a month-long MEGA ground survey with 750 samples from each constituency, We present you the pre-poll seat projection for the state of #MadhyaPradesh
Projected seats: (230)
▪️BJP 90 - 95
▪️INC 130 - 135
▪️BSP 1 - 2
▪️OTH 0 - 5Sample size:… pic.twitter.com/gNrXAyp7kF
— Lok Poll (@LokPoll) July 20, 2023
ଲୋକ ପୋଲ୍ ସର୍ଭେ ଏଜେନ୍ସି ଏକ ମାସ ଧରି ଅର୍ଥାତ୍ ଜୁନ୍ ୧୩ ତାରିଖରୁ ଲୋକଙ୍କ ନିକଟକୁ ଯାଇ ନିର୍ବାଚନୀ ମାହୋଲ ଜାଣିବାକୁ ଚେଷ୍ଟା କରିଛି । 230 ନିର୍ବାଚନମଣ୍ଡଳୀରେ 1,72,500 ଲୋକଙ୍କ ମୁଡ୍ ଜାଣିବାକୁ ଚେଷ୍ଟା କରାଯାଇଛି ।

କାହାକୁ ମିଳିବ କେତେ ଆସନ ?
ଏହି ସର୍ଭେ ଅନୁସାରେ ରାଜ୍ୟରେ ବିଜେପିକୁ 90 ରୁ 95ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ 130 ରୁ 135ଟି ଆସନ ମିଳିପାରେ ବୋଲି କୁହାଯାଇଛି । ସେହିପରି ବିଏସପି 1 ରୁ 2ଟି ସିଟ୍ ଜିତିବା ନେଇ ଜଣାପଡ଼ିଛି । ଅନ୍ୟମାନେ 5ଟି ସିଟ୍ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି ।
ବିଜେପିକୁ 38 ରୁ 41 ପ୍ରତିଶତ ଭୋଟ୍ ମିଳିବା ନେଇ ଆଶା କରାଯାଉଥିବାବେଳେ କଂଗ୍ରେସ 40 ରୁ 43 ପ୍ରତିଶତ ଭୋଟ୍ ପାଇପାରେ । ସେହିପରି ବିଏସପି 3ରୁ 5 ପ୍ରତିଶତ ଏବଂ ଅନ୍ୟମାନେ 4 ରୁ 8 ପ୍ରତିଶତ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି ।












Click it and Unblock the Notifications