ଏଣିକି ଭିକ ମାଗିଲେ ଓ ଦେଲେ ରୁଜୁ ହେବ ମାମଲା !
ଭୋପାଳ: ଏଣିକି ଭିକ୍ଷା ମାଗିବା କିମ୍ବା ଦେବା ପଡ଼ିବ ମହଙ୍ଗା । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭିକ୍ଷା ମାଗିବା ଏବଂ ଦାନ ଦେବା ଏକ ଅପରାଧ ଭାବରେ ବର୍ଗୀକୃତ ହେବ। ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏହାର ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩ ଅଧୀନରେ ଆଦେଶ ଜାରି କରିବାକୁ କୁହାଯାଇଛି ।
ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି କରାଯିବ । ଏହି ଆଦେଶରେ ସମ୍ବନ୍ଧିତ ସ୍ଥାନକୁ ସୂଚିତ କରାଯିବ । ଆଦେଶ କାର୍ଯ୍ୟକାରୀ ହେବା ମାତ୍ରେ ଭୋପାଳରେ ଭିକ ମାଗିବା ଏବଂ ଦେବା ଉପରେ ୠଓଜ ପଞ୍ଜୀକୃତ ହୋଇପାରିବ ।













Click it and Unblock the Notifications