ବାଘ ମୁହଁରୁ ପୁଅକୁ ରକ୍ଷା କଲା ସାହାସୀ ମାଆ
ବାଘ ମୁହଁରୁ ରକ୍ଷା କଲା ମାଆ। ମଧ୍ୟପ୍ରଦେଶର ଚର୍ଚ୍ଚରେ ସାହାସୀ ମାଆ ଅର୍ଚ୍ଚନା ।
ଭୋପାଳ: ମାଆ ଶବ୍ଦରେ ହିଁ ଭରି ରହିଛି ସାହାସ। ଯାହାର ମାଆ ଅଛି ତାର ସବୁକିଛି ଅଛି ବୋଲି କୁହାଯାଏ। ନିଜ ସନ୍ତାନ ଉପରେ କାହାର ବି ଖରାପ ନଜର ବରଦାସ୍ତ କରିପାରେନି ମାଆ। ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାର ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଲଢେଇ ବେଳେ ଅର୍ଚ୍ଚନାଙ୍କ ଶରୀରରେ ବାଘ ନଖ ଏବଂ ଦାନ୍ତରେ ଆକ୍ରମଣ କରିଥିଲା । କିନ୍ତୁ ମାଆର ମମତା ଆଗରେ ବାଘର ବଳ କମ୍ ପଡିଯାଇଥିଲା। ଶେଷରେ ପିଲାକୁ ମୁହଁରୁ ଫିଙ୍ଗି ଦେଇ ଜଙ୍ଗଲକୁ ପଳାଇ ଥିଲା ବାଘ । ଏହି ଘଟଣା ବିଷୟରେ ଖବର ପାଇବା କ୍ଷଣି ଗ୍ରାମବାସୀ ଧାଇଁ ଆସିଥିଲେ । ଉଭୟ ମାଆ ପୁଅଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷା କରି ଉଭୟ ସୁସ୍ଥ ଥିବା କହିଛନ୍ତି ।












Click it and Unblock the Notifications