ମା ନେଲା ୪ ବର୍ଷ ପୁଅର ଜୀବନ
ଉତ୍ତର ଗୋଆର ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମା ନିଜର ଚାରି ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛି । ପରେ ପୋଲିସ ଅଭିଯୁକ୍ତ ମା'ଙ୍କୁ ଗିରଫ କରିଛି । ଅଭିଯୁକ୍ତ ମହିଳା ବେଙ୍ଗାଲୁରୁର ଏଆଇ ଷ୍ଟାର୍ଟଅପରେ ସିଇଓ ଭାବରେ କାର୍ଯ୍ୟ କରନ୍ତି ।

ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ପୁଅକୁ ଭେଟିବାକୁ ରୋକିବା ପାଇଁ ମହିଳା ଜଣକ ତାଙ୍କ ପୁଅକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି । ୨୦୧୦ ମସିହାରେ ମହିଳା ବିବାହ କରିଥିଲେ। ୨୦୧୯ ମସିହାରେ ସେମାନଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା। ହେଲେ ସେମାନଙ୍କ ସଂପର୍କ ସେତେଟା ଭଲନଥିବାରୁ ୨୦୨୦ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା। ରବିବାର ଦିନ ନିଜ ପୁଅକୁ ଭେଟିବା ପାଇଁ ଅଦାଲତ ତାଙ୍କ ବାପାଙ୍କୁ ଅନୁମତି ପ୍ରଦାନ କରିଥିଲେ । ହେଲେ ଅଦାଲତଙ୍କ ଏହି ରାୟରେ ଖୁସି ନଥିଲେ ମହିଳା ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ମହିଳା ତାଙ୍କ ପୁଅକୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଅପରାଧ କରିବା ପରେ ସେ ହୋଟେଲ ମ୍ୟାନେଜମେଣ୍ଟକୁ ବେଙ୍ଗାଲୁରୁକୁ ଫେରିବା ପାଇଁ ଟ୍ୟାକ୍ସି ବୁକ୍ କରିବାକୁ କହିଥିଲେ । ମହିଳା ବେଙ୍ଗାଲୁରୁ ଯିବେ ବୋଲି ହୋଟେଲ କର୍ମଚାରୀଙ୍କ ସହ ଜିଦ୍ ଧରିଥିଲେ। ଯେତେବେଳେ ପୋଲିସ ସିସିଟିଭି ଫୁଟେଜ ଚେକ୍ କଲେ, ଜାଣିବାକୁ ପାଇଲେ ଯେ ସହିଳା ଏକାକୀ ହୋଟେଲରୁ ବାହାରି ଆସିଥିଲେ |
ପରେ ହୋଟେଲ୍ କର୍ମଚାରୀମାନେ ଆଞ୍ଚଳିକ ପୁଲିସ୍କୁ ଡକାଇଥିଲେ। ପୁଲିସ୍ ଆସି ଖେଳତାଢ଼ କରିବା ପରେ ମହିଳା ଜଣକ ବାସ୍ତବରେ ଏକା ଯାଉଥିଲେ ବୋଲି ଟାକ୍ସି ଚାଳକ ନିଶ୍ଚିତ କରିବା ପରେ ପୂରା ମାମଲା ପରିଷ୍କାର ହୋଇ ଯାଇଥିଲା ।












Click it and Unblock the Notifications