କୁନି ପୁଅ ଆଗରେ ଭାସିଗଲା ମା'; ମମି, ମମି , ମମି....

ମମି, ମମି , ମମି ...। ଏଁ ଏଁ ଏଁ । ହେଲେ ଆଉ ମମି ନାହିଁ। ସରିଗଲା ସବୁ ସୁଖ। ଛୁଆର ଆଖି ଆଗରେ ଭାସିଗଲା ମାଆ। ସାମାନ୍ୟ ଅବହେଳା ପାଇଁ ପିକନିକରେ ଆସିଥିବା ଏକ ପରିବାରର ସବୁ ସୁଖ, ଦୁଃଖରେ ପରିଣତ ହୋଇଗଲା। ମୁମ୍ବାଇର ବାନ୍ଦ୍ରା ସ୍ଥିତ ବସ୍ତାନ୍ଦ ନିକଟରେଏପରି ଏକ ଦୁଃଖଦ ଘଟଣା ଘଟିଛି ।

ମୃତକଙ୍କ ହେଉଛନ୍ତି ଜ୍ୟୋତି ସୋନାର। ତାଙ୍କ ପରିବାର ମୁମ୍ବାଇ ବୁଲିବାକୁ ଆସିଥିଲେ। ପ୍ରଥମେ ସେମାନେ ଜୁହୁ ଯିବାକୁ ଯୋଜନା କରିଥିଲେ। ହେଲେ ସେଠାରେ ସମୁଦ୍ରକୁ ଯିବାକୁ ବାରଣ ଥିବାରୁ ବାନ୍ଦ୍ରା ଯାଇଥିଲେ।

LADY_LOST_LIFE

ବାନ୍ଦ୍ରାରେ ପହଞ୍ଚିବା ପରେ ଫଟୋ ଉଠାଇବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ ପୁରା ପରିବାର। ଜ୍ୟୋତି ଏବଂ ତାଙ୍କ ସ୍ୱାମୀ ଏକ ପଥର ଉପରେ ବସିଥିବା ବେଳେ କୁନି ପୁଅ ଟିକିଏ ଦୂରରେ ଥାଇ ଫଟୋ ଉଠାଉଥିଲା।

ହସ ଖୁସି ଭିତରେ ବିଧିର ବିଧାନ କିଛି ଅଲଗା ଥିଲା। ହଠାତ୍ ଏକ ଉଚ୍ଚ ଜୁଆର ଆସିଥିଲା। ଆଉ ଭାସି ଯାଇଥିଲେ ଜ୍ୟୋତି। ପିଲାଟି 'ମମି' 'ମମି' କହି ଜୋରରେ ଚିତ୍କାର କରିଥିଲା। ହେଲେ ଆଉ ନଥିଲେ ଜ୍ୟୋତି।

ସେଠାରେ ଜଣେ ବ୍ୟକ୍ତି ଜ୍ୟୋତିଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଶାଢୀକୁ ଟାଣି ଧରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ସମୁଦ୍ର ଜୁଆରରେ ଭାସି ଯାଇଥିଲେ ଜ୍ୟୋତି।

ଉଦ୍ଧାରକାରୀ ଟିମ୍ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ରବିବାର ଜ୍ୟୋତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+