ପୁଣି ବଢିଲା 'ମଦର ଡାଏରୀ' କ୍ଷୀରର ମୂଲ୍ୟ
ପୁଣି ବଢିଲା 'ମଦର ଡାଏରୀ' କ୍ଷୀରର ମୂଲ୍ୟ
ନୂଆଦିଲ୍ଲୀ: ପୁଣି ବଢିଲା ମଦର ଡାଏରୀ କ୍ଷୀରର ମୂଲ୍ୟ । ଏଥର ମଦର ଡାଏରୀ କ୍ଷୀରର ମୂଲ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯାଇଛି । ଚଳିତ ବର୍ଷ ପଞ୍ଚମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆର ବଜାରରେ ଏହାର ମୂଲ୍ୟ ଆଜି ଅର୍ଥାତ୍ ୨୬ ଡିସେମ୍ବର ମଙ୍ଗଳବାର ଠାରୁ ବୃଦ୍ଧି ପାଇଛି ।

କ୍ଷୀର ଦର ବୃଦ୍ଧିରେ, ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରିଛି । କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି - 'ମଦର ଡାଏରୀ କ୍ଷୀର ମୂଲ୍ୟ ୨ ଟଙ୍କା ବୃଦ୍ଧି ପାଇଛି । ଧନ୍ୟବାଦ!" କଂଗ୍ରେସ ଦଳର ଏହି ଟ୍ୱିଟର ମନ୍ତବ୍ୟରେ ଏବେ ସାଧାରଣ ଲକୋଙ୍କ କମେଣ୍ଟ ଆସିବା ଆରମ୍ଭ ହୋଇଯାଇଛି । ଦିଲ୍ଲୀ-ଏନସିଆର ବଜାରରେ କ୍ଷୀରର ମୂଲ୍ୟ ବୃଦ୍ଧି ନେଇ ଟ୍ୱିଟର ୟୁଜର୍ସ ମାନେ ଏବେ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।
सूचना: मदर डेयरी दूध के दाम 2 रुपए बढ़े।
धन्यवाद 🙏
— Congress (@INCIndia) December 26, 2022
'ମଦର ଡାଏରୀ'ର ସ୍ପଷ୍ଟୀକରଣ ଦେଇଛନ୍ତି
ବିଭିନ୍ନ ଆଲୋଚନା ମଧ୍ୟରେ ମଦର ଡେୟାରୀ ନିଜ ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗାଈର କ୍ଷୀର ଏବଂ ଟୋକନ୍ କ୍ଷୀର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଇନପୁଟ୍ ମୂଲ୍ୟ ବୃଦ୍ଧି ଦର୍ଶାଇ ଦିଲ୍ଲୀ-ଏନସିଆର ବଜାରରେ ଦୁଗ୍ଧ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ମଦର ଡାଏରୀର ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀରର ସପ୍ଲାଇ ହୋଇଥାଏ । ମଦର ଡେଏରୀର ଏକ ବିବୃତ୍ତିରେ କୁହାଯାଇଛି - ନୂତନ ମୂଲ୍ୟ କ୍ଷୀରର ସମସ୍ତ ପ୍ରକାରର ପ୍ରଡକ୍ଟରେ ଲାଗୁ କରାଯିବ । ଏହି ଲିଷ୍ଟରେ ଫୁଲ୍ କ୍ରିମ୍ ମିଲକ ମଧ୍ୟ ସାମିଲ ଅଛି ।
ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀ-ଏନସିଆରରେ ଟୋନଡ୍ ମିଲକ୍ ର ମୂଲ୍ୟ ୫୧ ଟଙ୍କା ପ୍ରତି ଲିଟରୁ ବଢି ୫୩ ଟଙ୍କା ହୋଇଯାଇଛି । ସେହିପରି ଡବଲ ଟୋନଡ୍ କ୍ଷୀରର ମୂଲ୍ୟ ୪୫ ଟଙ୍କାରୁ ବଢି ୪୭ ଟଙ୍କା ପ୍ରତି ଲିଟର ହୋଇଯାଇଛି ।












Click it and Unblock the Notifications