ବଢିଲା ମଦର ଡାଏରୀ କ୍ଷୀର ଦର, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ପାଇଲା ବୃଦ୍ଧି
Milk Price Hike: ବଢିଲା ମଦର ଡାଏରୀ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବୃଦ୍ଧି ନେଇ ଘୋଷଣା ହୋଇଛି । ଆଜି ଅର୍ଥାତ୍ ଜୁନ ୩ ତାରିଖରୁ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି । ବଜାରରେ ଅନ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି ପାଇବା ସହ କ୍ଷୀରର ଦର ମଧ୍ୟ ବଢିଛି । ସାଧାରଣ ନିର୍ବାଚନ ଫଳାଫଳ ଘୋଷଣାରେ ଏକ ଦିନ ପୂର୍ବରୁ ଏହି ଦର ବୃଦ୍ଧି କରାଯାଇଛି ।
କମ୍ପାନୀ ପକ୍ଷରୁ ଜାରି ସୂଚନା ଅନୁସାରେ, ବଜାରରେ ଅନ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଛି, ସେଥିପାଇଁ ମଦର ଡାଏରୀ କ୍ଷୀର ମୂଲ୍ୟ ମଧ୍ୟ ୨ ଟଙ୍କା ବଢାଯାଇଛି । ଦର ପରିବର୍ତ୍ତନ ହେବା ପରେ ଦିଲ୍ଲୀ ଏନସିଆରରେ ମଦର ଡାଏରୀର ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୬୮ ଟଙ୍କାରେ ପହଞ୍ଚିଛି ।

ସେହିପରି ଡବଲ ଟୋଣ୍ତ ଏବଂ ଟୋଣ୍ତ କ୍ଷୀରର ମୂଲ୍ୟ ଦର ଯଥାକ୍ରମେ ୫୬ ଏବଂ ୫୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ୨୦୨୩ ଫେବ୍ରୁଆରୀ କ୍ଷୀରର ମୂଲ୍ୟ ବୃଦ୍ଧି କମ୍ପାନୀ ପକ୍ଷରୁ ଦର ପରିବର୍ତ୍ତନ କରାଯାଇଥିଲା ।












Click it and Unblock the Notifications