ଭିଡିଓ କଲରେ ଆତ୍ମସମର୍ପଣ ପାଇଁ ମା’ କରିଥିଲେ ଅନୁରୋଧ,ହେଲେ ଆତଙ୍କୀ ପୁଅ......

ଜମ୍ମୁ ଓ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଥିବା ନାଦିର ଗାଁରେ ଆଜି ସୁରକ୍ଷା ବାହିନୀ ସହ ଏକ ଏନକାଉଣ୍ଟରରେ ତିନି ଜଣ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଆମିର ନାଜିର ଓ୍ବାନୀ, ଆସିଫ ଆହମଦ ଶେଖ ଏବଂ ଯାୱାର ଆହମଦ ଭଟ୍ଟ ରହିଛନ୍ତି। ତେବେ ସମସ୍ତ ମୃତକ ପୁଲଓ୍ବାମାର ସ୍ଥାନୀୟ ବାସିନ୍ଦା ଥିଲେ ବୋଲି ଜଣାପଡିଛି।

ଏହି ଘଟଣା ସହ ଜଡିତ ଭିନ୍ନଭିନ୍ନ ଦିଗ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଠାରେ ଆମିର ନାଜିର ଓ୍ବାନୀ ଏନକାଉଣ୍ଟର ପୂର୍ବରୁ ତାଙ୍କ ମା' ଓ ଭଉଣୀଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ଦେଖାଯାଇଛି। ଏକେ-୪୭ ବନ୍ଧୁକ ଧରି ମାଆ ସହ ଭିଡିଓ କଲ୍‌ରେ କଥା ହେଉଥିବା ଆତଙ୍କବାଦୀ ହେଉଛି ଅମୀର ନଜୀର ୱାନୀ। ମାଆ ତାକୁ ସରେଣ୍ଡର କରିବାକୁ କହିବାରୁ ସେ କହୁଛି "ସେନା ଆଗକୁ ଆସୁ, ମୁଁ ଦେଖିନେବି।"

terror attack

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ସୁରକ୍ଷା ବାହିନୀ ୩ ତିନି ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି। ଏହି ୩ ଆତଙ୍କବାଦୀ ମଧ୍ୟରେ ରହିଛି ଆମିର ୱାନୀ। ଏନକାଉଣ୍ଟରରେ ନିହତ ତିନି ଜଣ ଆତଙ୍କବାଦୀଙ୍କ ନାଁ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍। ଏମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା।

ସେନା ସହିତ ଗୁଳିବିନିମୟ ଆରମ୍ଭ ହେବା ପୂର୍ବରୁ ଅମିର ଯେଉଁ ଘରୁ ଲୁଚି ରହିଥିଲା ସେହିଠାରୁ ତା' ମାଆଙ୍କୁ ଭିଡିଓ କଲ୍ କରିଥିଲା। ଅମିର ମା' ଓ ଭଉଣୀ ସହ ଭିଡିଓ କଲରେ କଥା ହୋଇଥିଲା। ସାଥି ଆତଙ୍କବାଦୀ ଆସିଫ୍‌ର ଭଉଣୀ ସହ ମଧ୍ୟ ସେ କଥା ହୋଇଥିଲା ଅମୀର। ଅସିଫ୍‌ର ଭଉଣୀ ଭିଡିଓ କଲ୍‌ରେ ତାଙ୍କ ଭାଇ କଥା ପଚାରୁଥିବାର ଦେଖିବାକୁ ମିଳିଛି।

ସୁରକ୍ଷା ବାହିନୀ ଚାହୁଁଥିଲେ ଯେ ଏହି ଆତଙ୍କବାଦୀମାନେ ଆତ୍ମସମର୍ପଣ କରନ୍ତୁ, କିନ୍ତୁ ଆତ୍ମସମର୍ପଣ କରିବା ପରିବର୍ତ୍ତେ ସେମାନେ ଜବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ବାଧ୍ୟ ହୋଇ ସେନା ସେମାନଙ୍କୁ ଏନ୍‌କାଉଣ୍ଟର କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+