ଅଧିକାଂଶ ଛାଡପତ୍ର ମାମଲା ପ୍ରେମ ବିବାହରୁ ଆସୁଛି: ସୁପ୍ରିମକୋର୍ଟ
Supreme Court on Divorce Case: ଅଧିକାଂଶ ଛାଡପତ୍ର ମାମଲା ପ୍ରେମ ବିବାହରୁ ଆସୁଛି । ଏକଥା ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ।
ସୁପ୍ରିମ୍କୋର୍ଟ ସିଧାସିଧା କହିଛନ୍ତି ଯେ, ଅଧିକାଂଶ ଛାଡପତ୍ର ମାମଲା ପ୍ରେମ ବିବାହରୁ ଆସୁଛି । ଜଷ୍ଟିସ୍ ବି.ଆର ଗୱାଇ ଏବଂ ସଞ୍ଜୟ କାରୋଲଙ୍କ ଖଣ୍ଡପିଠ ଏକ ବିବାହ ବିବାଦକୁ ନେଇ ଟ୍ରାନ୍ସଫର ଆବେଦନର ଶୁଣାଣି ବେଳେ ଏହି ଟିପ୍ପଣି ଦେଇଛନ୍ତି ।

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ ଜଷ୍ଟିସ୍ ଗୱାଇ କହିଛନ୍ତି, ଅଧିକାଂଶ ଛାଡପତ୍ର ମାମଳା କେବଳ ପ୍ରେମ ବିବାହରୁ ହିଁ ଆସୁଛି । ସେମାନେ କିଛି ଦିନ ଏକାଠି ରହିବା ପରେ ଅଲଗା ହୋଇ ଯାଉଛନ୍ତି । ତେବେ କୋର୍ଟ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ । ଯାହାକୁ ସ୍ୱାମୀ ବିରୋଧ କରିଥିଲେ। ତେବେ କୋର୍ଟ କହିଛନ୍ତି ଯେ ନିକଟରେ ହୋଇଥିବା ଏକ ବିଚାରକୁ ଦୃଷ୍ଟିରେ ରଖି ସାମ୍ନା ବ୍ୟକ୍ତିର ବିନା ଅନୁମତିରେ ଛାଡପତ୍ର ଦେଇ ହେବ ବୋଲି ରାୟ ପ୍ରକାଶ ପାଇଥିଲା ।
ସୁପ୍ରିମକୋର୍ଟ ଚଳିତ ମାସ ଆରମ୍ଭରୁ ଏକ ମାମଲାର ଶୁଣାଣି କରି କହିଥିଲେ ଯେ, ଜୀବନସାଥିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଯଦି ପୁରଣ ନହୋଇପାରେ ତେବେ ସେମାନଙ୍କ ଛାଡ଼ପତ୍ର ଆବେଦନ ତୁରନ୍ତ ଗ୍ରହଣ କରିବା ଉଚିତ୍ । କାରଣ ଏହା ସେମାନଙ୍କର ଅଧିକାର ନୁହେଁ ବିଶେଷାଧିକାର । ଏଥିରେ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଏଭଳି ମାମଲାର ତୁରନ୍ତ ସମାଧାନ ହେବା ଆବଶ୍ୟକ ।
ଖାଲି ସେତିକି ନୁହେଁ, ଉଭୟ ପକ୍ଷ ଯେଭଳି ନ୍ୟାୟ ପାଇବେ ସେହିଭଳି ରାୟ ସୁଣାଇବାକୁ ହେବ ବୋଲି କୋର୍ଟ କହିଥିଲେ । ଏହାସହ ପାରିପାର୍ଶ୍ୱିକ ପରିସ୍ଥିତି ତଥା ତଥ୍ୟ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇବାକୁ ହୋଇଥାଏ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications