For Quick Alerts
Turn On Notification  
For Daily Alerts
Oneindia App Download

ମସ୍କୋ-ଦିଲ୍ଲୀ ବିମାନରେ ବୋମା ଆତଙ୍କ

ଗୁରୁବାର ବିଳମ୍ବିତ ରାତିରେ ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇମେଲ ଚେତାବନୀ ଆସିବା ପରେ ଚଳଚଞ୍ଚଳ ହୋଇପଡିଛି ଦିଲ୍ଲୀ ବିମାନବନ୍ଦର । ଆଜି ସକାଳ ବିମାନ ଚଳାଚଳରେ ସାମାନ୍ୟ ବିଳମ୍ବ ଘଟିଛି । ଧମକ ଇମେଲ ପରେ ସୁରକ୍ଷା

|

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇମେଲ ଚେତାବନୀ ଆସିବା ପରେ ଚଳଚଞ୍ଚଳ ହୋଇପଡିଛି ଦିଲ୍ଲୀ ବିମାନବନ୍ଦର । ଆଜି ସକାଳ ବିମାନ ଚଳାଚଳରେ ସାମାନ୍ୟ ବିଳମ୍ବ ଘଟିଛି । ଧମକ ଇମେଲ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା ଏବଂ ବିମାନବନ୍ଦରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଥିଲା । ବିମାନଟିକୁ ଯାଞ୍ଚ କରାଯିବା ପରେ ସେଥିରେ କୌଣସି ସନ୍ଧିଗ୍ଧ ସାମଗ୍ରୀ ମିଳିନାହିଁ ବୋଲି ସୂଚନା ରହିଛି ।

New Delhi

ସୂଚନା ଅନୁସାରେ, 'ଏସ୍‌ୟୁ ୨୩୨' ନମ୍ବର ବିମାନ ୩୮୬ ଯାତ୍ରୀ ଏବଂ ୧୬ଜଣ କ୍ରୁ'ଙ୍କୁ ନେଇ ମସ୍କୋରୁ ଆସୁଥିଲା । ଉକ୍ତ ଫ୍ଲାଇଟରେ ବୋମା ଅଛି ବୋଲି ଗୁରୁବାର ରାତି ୧୧.୧୫ରେ ଫୋନ୍‌ କଲ୍‌ ଆସିଥିଲା । ପ୍ଲେନଟି ଦିଲ୍ଲୀ ବିମାନ ବନ୍ଦରର ୨୯ ନମ୍ବର ରନ୍‌ୱେରେ ଅବତରଣ କରିବା ପରେ ରାତି ପ୍ରାୟ ୨.୩୦ରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ବିମାନରେ ବୋମା ନ ଥିବା ନେଇ ସ୍ପଷ୍ଟ କରିଥିଲେ ।

ମସ୍କୋରୁ ଦିଲ୍ଲୀ ଆସୁଥିବା ଗୋଟାଏ ବିମାନରେ ବୋମା ଅଛି ବୋଲି ଗତରାତିରେ ଫୋନ୍‌ କଲ୍‌ ଆସିଥିଲା। ରାତି ପ୍ରାୟ ୩.୨୦ରେ ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ'ମାନଙ୍କୁ ଅବତରଣ କରାଇ ଦିଆଗଲା। ଉକ୍ତ ବିମାନକୁ ଯାଞ୍ଚ କରାଯିବା ପରେ ଘଟଣାର ତଦନ୍ତ ଚାଲିଛି। ଏଯାବତ୍‌ ଉକ୍ତ ବିମାନରୁ କୌଣସି ସନ୍ଧିଗ୍ଧ ସାମଗ୍ରୀ ମିଳିନାହିଁ । ଏହା ଏକ ମିଥ୍ୟା ଧମକ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ସୂଚନା ଦେଇଛି ଦିଲ୍ଲୀ ପୋଲିସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Moscow to Delhi Flight Bomb Treat : 386 Passengers and 16 crew deboarded , security Agencies on high alert
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X